ଏମ୍ କେ ସି ଜି ବଡ ଡାକ୍ତରଖାନାରେ ରେଜିଷ୍ଟ୍ରାର ଓ ଅଧିକ୍ଷକଙ୍କ ରାତି ଅଧିଆ ପରିଦର୍ଶନ

Odisha Hot News
1 Min Read

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଏମ୍ କେ ସି ଜି ବଡ ଡାକ୍ତରଖାନା ଅଧିକ୍ଷକ ଡାକ୍ତର ସୁଚିତ୍ରା ଦାସ ଓ ରେଜିଷ୍ଟ୍ରାର ସଂଗ୍ରାମ ଶେଖର ପଣ୍ଡା ମିଳିତ ଭାବେ ଡାକ୍ତରଖାନାକୁ ରାତି ଅଧିଆ ଚଢାଉ କରିଛନ୍ତି। ଉଭୟେ ଡାକ୍ତରଖାନା ପରିସର କାଜୁଆଲିଟି ବିଭାଗ, ଶିଶୁ ବିଭାଗ, ସ୍ତ୍ରୀ ଓ ପ୍ରସୂତି ବିଭାଗ, ଟ୍ରାମା କେୟାର ୟୁନିଟ ଆଦି ପରିଦର୍ଶନ କରିବା ସହ ରାତିରେ କର୍ତ୍ତବ୍ୟରତ ଡାକ୍ତର, ନର୍ସ୍, ଫାର୍ମାସିଷ୍ଟ ଓ ସୁରକ୍ଷା କର୍ମୀମାନେ କର୍ତ୍ତବ୍ୟ ସମ୍ପାଦନ କରୁଛନ୍ତିି କି ନାହିଁ ଅନୁଧ୍ୟାନ କରିଛନ୍ତି। ଏଥି ସହିତ ରୋଗୀ ମାନଙ୍କର ସୁବିଧା ଅସୁବିଧା କଥା ପଚାରି ବୁଝିଛନ୍ତି। ଅନେକ ସ୍ଥାନରେ ମୋ ସରକାର ଫଳକ ନଥିବା ଦେଖି ତୁରନ୍ତ ଲଗାଇବା ପାଇଁ ହସ୍ପିଟାଲ୍ ପରିଚାଳକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ପ୍ରକାଶ ଥାଉକି ଦକ୍ଷିଣ ଓଡ଼ିଶାର ପ୍ରାଣକେନ୍ଦ୍ର ସାଜିଥିବା ଏହି ଡାକ୍ତରଖାନାର ସମସ୍ୟା ବିଷୟରେ ବହୁବାର ଅଭିଯୋଗ କୁ ଭିତ୍ତି କରି ଉଭୟ ପଦାଧିକାରୀ ଅଚାନକ ପରିଦର୍ଶନ କରିବା ଅବସରରେ ଡ଼ାକ୍ତରଖାନାର କର୍ମଚାରୀଙ୍କ ମଧ୍ୟରେ ଛନକା ପଶିଯାଇଛି। ଅନ୍ୟ ପକ୍ଷରେ ଏହି ଖବର ସାଧାରଣ ଲୋକଙ୍କ ପାଇଁ ଖୁସି ଓ ଆଶାର ସଂଚାର ଖେଳି ଯାଇଛି।

Share This Article