ଗୁଜବଠାରୁ ଦୂରେଇ ରହିବାକୁ ପରାମର୍ଶ

Odisha Hot News
1 Min Read

ଭୁବନେଶ୍ୱର- ମଦ୍ୟପାନ କୋଭିଡ୍‌-୧୯ ସଂକ୍ରମଣ ରୋକିପାରିବନି। କରୋନାରୁ ବଞ୍ଚତ୍ବା ପାଇଁ ମଦ୍ୟପାନ କରିବା ଉଚିତ ନୁହେଁ। ଏପରି କରିବା ଦ୍ୱାରା ଶରୀରର ପ୍ରତିରୋଧକାରୀ ଶକ୍ତି କମିଯିବ। ବାରମ୍ବାର ମଦ୍ୟପାନ କରିବା ସ୍ବାସ୍ଥ୍ୟ ପକ୍ଷେ କ୍ଷତିକାରକ। କରୋନାରୁ ରକ୍ଷା ପାଇବା ପାଇଁ ସରକାର ସାମାଜିକ ଦୂରତ୍ୱକୁ ଅଧିକ ଗୁରୁତ୍ୱ ଦେଉଛନ୍ତି। ଏହି ପରିପ୍ରେକ୍ଷୀରେ ଘର ଭିତରେ ରହି ହାଲୁକା ବ୍ୟାୟାମ କରିବା ପାଇଁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ବର୍ତ୍ତମାନ ସମୟରେ ସାରା ବିଶ୍ୱରେ ବଢ଼ିଚାଲିଛି ସଂକ୍ରମିତଙ୍କ ସଂଖ୍ୟା। ତେବେ ଏହି ଭୂତାଣୁ କବଳରୁ ବଞ୍ଚତ୍ବା ପାଇଁ ବିଭିନ୍ନ ଗୁଜବର ପ୍ରଚାର ହେଉଛି। ଗୁଜବକୁ ବିଶ୍ୱାସ ନ କରି ସଚେତନ ହେବାକୁ ରାଜ୍ୟ ସରକାର ବାରମ୍ବାର ପରାମର୍ଶ ଦେଉଛନ୍ତି। ତେବେ କିଛି ଲୋକ କରୋନାରୁ ରକ୍ଷା ପାଇବା ପାଇଁ ମଦ୍ୟପାନ କରୁଥିବା ଖବର ଆସୁଛି। ଏପରିସ୍ଥଳେ ଗୁଜବରୁ ଦୂରେଇ ରହି ସୁସ୍ଥ ରହିବା ପାଇଁ ସ୍ବାସ୍ଥ୍ୟ ବିଭାଗ ପରାମର୍ଶ ଦେଇଛି।

Share This Article
Leave a Comment