କୈଳାଶ ଚନ୍ଦ୍ର ଚୌଧୁରୀ
ବ୍ରହ୍ମପୁର: ଗତକାଲି ମୁଖ୍ୟମନ୍ତ୍ରୀଙ୍କ ସଚିବ ଭି କେ ପାଣ୍ଡିଆନ୍ ଙ୍କ ଗଞ୍ଜାମ ଜିଲ୍ଲାରେ ସମୀକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ୫ ଟି ସଚିବ ଭି କେ ପାଣ୍ଡିଆନ୍ ହେଲିକ୍ୟାପ୍ଟରରୁ ଓହ୍ଲାଇ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ତାଙ୍କର ସମୀକ୍ଷା କାର୍ଯ୍ୟକ୍ରମରେ ଯାଉଥିବା ବେଳେ ନାଲି ରଙ୍ଗର ପୋଷାକ ପିନ୍ଧିଥିବା ପୋଲିସ କର୍ମଚାରୀଙ୍କୁ ଦେଖିବାକୁ ମିଳିଥିଲା। ଏହି ଭଳି ଦୃଶ୍ୟ ଜନସାଧାରଣଙ୍କ ମଧ୍ୟରେ କୋଳାହଳ ସୃଷ୍ଟି ହୋଇଥିଲା।
ଭି କେ ପାଣ୍ଡିଆନ୍ ଙ୍କ କାର୍ଯ୍ୟକ୍ରମ ଅଶାନ୍ତ ପରିବେଶ ମଧ୍ୟରେ ସମାପନ ହୋଇଛି। ଗୁରୁବାର ଦିନ ଗୋପାଳପୁର ବିଧାୟକ ଡଃ ପ୍ରଦୀପ କୁମାର ପାଣିଗ୍ରାହୀ ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀରେ ଖୋଲା ଚାଲେଞ୍ଜ ଦେଇଥିଲେ ଯେ ସେ ଯେମିତି ହେଲେ ମଧ୍ୟ ୫ ଟି ସଚିବଙ୍କ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ। ସେହି ପ୍ରକାରେ ସେ ଉକ୍ତ କାର୍ଯ୍ୟକ୍ରମକୁ ଆସିବା ବେଳେ ଲାଞ୍ଜିପଲୀ ଓଭର୍ ବ୍ରଜ୍ ନିକଟରେ ବିଜେଡି କର୍ମୀ ମାନେ ତାଙ୍କୁ ଅଟକାଇ ଗାଡି ଉପରେ ବସି ହୋ ହାଲ୍ଲା କରିଥିଲେ। ଯାହା ଫଳରେ ଅଶାନ୍ତ ପରିବେଶ ସୃଷ୍ଟି ହୋଇଥିଲା।
ଏହି ସମୟରେ ଉପସ୍ଥିତ ପୋଲିସ କର୍ମଚାରୀ ମାନେ ନାକେଦମ୍ ହୋଇ ଯାଇଥିଲେ। ଏହି ଭଳି ପରିସ୍ଥିତିରେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ପାଣ୍ଡିଆନ୍ ସାହେବ ସଭା ସ୍ଥଳରେ ପହଞ୍ଚି ଉପସ୍ଥିତ ହଜାର ହଜାର ଜନତାଙ୍କୁ ସମ୍ବନ୍ଧିତ କରି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଜନହିତକର କାର୍ଯ୍ୟ ବିଷୟରେ ଟିପ୍ପଣୀ ଦେବା ସହ ଜନସାଧାରଣଙ୍କ ସହ ଆଲୋଚନା ମଧ୍ୟରେ ହସ୍ତଗତ ସମସ୍ୟା ଆଗାମୀ ଏକ ସପ୍ତାହ ମଧ୍ୟରେ ସମାଧାନ ହେବ ବୋଲି କହିଥିଲେ।
Comment