ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ରେ ଚନ୍ଦ୍ରଯାନ-3 ର ମଡେଲ ପ୍ରଦର୍ଶିତ

Odisha Hot News
1 Min Read

ଭୁବନେଶ୍ବର: ଚନ୍ଦ୍ର ପୃଷ୍ଠ ରେ ଚନ୍ଦ୍ରଯାନ – 3 ର ସଫଳ ଅବତରଣ ପରେ ବିକ୍ରମ ଓ ପ୍ରଜ୍ଞାନ ମହାକାଶ ଯାନ ର ସଫଳତା ରେ ସମଗ୍ର ବିଶ୍ୱରେ ଇତିହାସ ରଚିଥିବା ଭାରତ ର ମହାକାଶ ବିଜ୍ଞାନରେ ଏହି ଐତିହାସିକ ସଫଳତା ର ସ୍ମାରକୀ ସ୍ଵରୂପ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ର ଚିତ୍ରକଳା ବିଭାଗ ପକ୍ଷରୁ ଉଭୟ ଅନ୍ତରୀକ୍ଷ ଯାନ ପୃଥିବୀ ଓ ଚନ୍ଦ୍ର କୁ ନେଇ ଏକ ଆକର୍ଷଣୀୟ ମଡେଲ ଲୋକାର୍ପିତ ହୋଇଯାଇଛି।

ବିଶିଷ୍ଟ ଚିତ୍ରଶିଳ୍ପୀ ତଥା ସ୍ନାତକତ୍ତୋର ପରିଷଦ ର ମୂଖ୍ୟ ଡାଃ ଚକ୍ରଧର ବେହେରା ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଚିତ୍ର କଳା ବିଭାଗର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ପ୍ରସ୍ତୁତ ହୋଇଥିବା ଏହି ମଡେଲ କୁ ଲୋକାର୍ପିତ କରିଥିଲେ ବିଶ୍ୱବିଦ୍ୟାଳୟର କୁଳସଚିବ ଅନାମିକା ଅଧିକାରୀ, ପରୀକ୍ଷା ନିୟନ୍ତ୍ରକ ଶ୍ରୀଯୁକ୍ତ ଧରଣୀ ଧର ରଣା, ବିତ୍ତ ଅଧିକାରୀ ଶ୍ରୀଯୁକ୍ତ ରାଜେଶ କୁମାର ମହାନ୍ତି।

ଏହି ଅବସରରେ ଶିଳ୍ପୀ ମାନଙ୍କୁ ସମ୍ବର୍ଦ୍ଧିତ କରିବା ସହିତ ସେମାଙ୍କର ଭୂୟସୀ ପ୍ରଶଂସା କରିଥିଲେ ଅନ୍ୟ ମାନଙ୍କ ମଧ୍ୟରେ ଡାଃ ସମ୍ବରୁ ସୌଭରା, ଡାଃ ମନୋରଞ୍ଜନ ପ୍ରଧାନ, ଡାଃ ସସ୍ମିତା କମିଲା, ସହକାରୀ ପ୍ରଫେସର ଡକ୍ଟର ଆଶିଷ୍ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

Share This Article