ବିଜେପି ଯୁବମୋର୍ଚ୍ଚା ସମ୍ପାଦକ ଙ୍କୁ ଉଠାଇ ନେଲା ପୋଲିସ

Odisha Hot News
1 Min Read

ବେଗୁନିଆପଡା (ଟୁକୁନା ପ୍ରଧାନ)-: ପାଣ୍ଡିଆନ୍ ଙ୍କ ଗସ୍ତ ପୂର୍ବରୁ ବିଜେପି ଯୁବମୋର୍ଚ୍ଚା ସଂପାଦକଙ୍କୁ ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ାରୁ ଉଠାଇ ଥାନାରେ ଅଟକ ରଖିଲା ପୋଲିସ। ଆଜି ୫ଟି ସଚିବଙ୍କ ବେଗୁନିଆପଡ଼ା ବ୍ଳକ ଗସ୍ତ ରହିଛି। ଏଥି ପୂର୍ବରୁ ସକାଳୁ ସକାଳୁ ବିଜେପି ଜିଲ୍ଳା ଯୁବମୋର୍ଚ୍ଚା ସଂପାଦକ ଆଲୋକ ଶତପଥୀ ଙ୍କୁ ବେଗୁନିଆପଡ଼ା ପୋଲିସ ଉଠାଇ ଥାନାକୁ ଆଣିଥିବା ଜଣାପଡିଛି ।

ପାଣ୍ଡିଆନ୍ ଙ୍କ ଗସ୍ତକୁ ବିରୋଧ କରି କଳା ପତାକା ପ୍ରଦର୍ଶନ କରିବାର ଯୋଜନା ଥିବା ବେଳେ ପୋଲିସ ଏଭଳି ଆଗୁଆ ପଦକ୍ଷେପ ନେଇଛି। ସୂଚନା ଅନୁସାରେ ରାଜ୍ଯ ସରକାରଙ୍କ ବ୍ଯବସ୍ଥା ଓ ପ୍ରଶାସନିକ ଅଧିକାରୀ ମାନଙ୍କ କାର୍ଯ୍ୟ କୁ ନେଇ ବାରମ୍ବାର ଟାର୍ଗେଟ କରୁଥିଲେ ଆଲୋକ। ଏହାକୁ ଦୃଷ୍ଟିରେ ରଖି କୌଣସି ଅପ୍ରିତିକର ପରିସ୍ଥିତି ସୃଷ୍ଟି ହେବା ପୂର୍ବରୁ ପୋଲିସ ଏଭଳି କାର୍ଯ୍ୟ କରିଥିବା ବେଳେ ଏହା ବେଆଇନ୍ ବୋଲି କହିଛନ୍ତି ବିଜେପି ଜିଲ୍ଳା ଯୁବମୋର୍ଚ୍ଚା ସଂପାଦକ ଆଲୋକ ଶତପଥୀ ।

Share This Article