ଅବକାରୀ ବିଭାଗ ପକ୍ଷରୁ ଚଢାଉ, ଧଳା ଜହର ଓ ଗଞ୍ଜେଇ ଜବତ୍, ତିନି ଗିରଫ

Odisha Hot News
1 Min Read

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ବ୍ରହ୍ମପୁର ଅବକାରୀ ବିଭାଗ ଭ୍ରାମ୍ୟମାଣ ଟିମ୍ ବିଶ୍ଵସ୍ତ ସୁତ୍ରରୁ ଖବର ପାଇ ଗୋପାଳପୁର ଥାନା ଅନ୍ତର୍ଗତ ପଥରା ଗ୍ରାମରେ ଚଢ଼ାଉ କରି ୪୨ ଗ୍ରାମ ଧଳା ଜହର ଜବତ କରିବା ସହ କାରବାରରେ ଲିପ୍ତ ଭରତ ସାହୁ ନାମକ ଦୁଇଜଣ ଯୁବକଙ୍କୁ ଗିରଫ କରିଛି। ଜବତ ଧଳା ଜହରର ମୁଲ୍ୟ ୬ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣାପଡିଛି।

ଏତଦବ୍ୟତୀତ ବ୍ରହ୍ମପୁର ରେଳଷ୍ଟେସନ ନିକଟରେ କାହ୍ନା ଡାକୁଆ ନାମକ ଜଣେ ଯୁବକକୁ ସନ୍ଦେହ ଜନକ ଭାବେ ଦେଖି ତାକୁ ଜେରା କରିବା ବେଳେ ତାଙ୍କ ନିକଟରୁ ୧୦ କିଲୋ ଗଞ୍ଜେଇ ଜବତ ହୋଇଥିଲା। କାହ୍ନାକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଜବତ ଗଞ୍ଜେଇର ମୁଲ୍ୟ ଏକ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ନୀରିକ୍ଷକ ରମେନ୍ଦ୍ର ନାରାୟଣ ନାୟକଙ୍କ ଠାରୁ ପ୍ରକାଶ।

Share This Article