ଚନ୍ଦ୍ରଯାନ-3 ର ସଫଳତା ନେଇ ବୈଜ୍ଞାନିକଙ୍କୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Odisha Hot News
1 Min Read

ଭୁବନେଶ୍ବର: ଆଜି ସଂଧ୍ୟାରେ ଚନ୍ଦ୍ରଯାନ-3 ନିରାପଦ ଭାବେ ଚନ୍ଦ୍ରପୃଷ୍ଟରେ ଅବତରଣ କରିଛି। ଫଳରେ ସାରା ଭାରତରେ ଏହାକୁ ନେଇ ଖୁସିର ଲହରୀ ଖେଳିଯାଇଛି। ସେହିପରି ସାରା ବିଶ୍ବ ମଧ୍ୟ ଭାରତର ଏହି ସଫଳତାକୁ ନେଇ ବେଶ ଖୁସି ପ୍ରକଟ କରିଛି। ଏହି ସଫଳତା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇସ୍ରୋର ବୈଜ୍ଞାନିକଙ୍କୁ ଧନ୍ୟବାଦ ପ୍ରଦାନ କରିଛନ୍ତି।

ସେ କହିଛନ୍ତି ଯେ, ଆଜି ଭାରତ ପାଇଁ ଓକ ଐତିହାସକର ଦିନ। ପ୍ରଥମ ଥର ପାଇଁ ଭାରତ ଚନ୍ଦ୍ରର ଦକ୍ଷିଣମେରୁକୁ ସ୍ପର୍ଶ କରିପାରିଛି। ଏହି ସଫଳତା ଆମ ସମସ୍ତଙ୍କ ପାଇଁ ଏକ ଗର୍ବର ଦିନ, ବିଶ୍ବର ମାନବ ଜାତି ପାଇଁ ଏକ ଏକ ବଡ ସଫଳତା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସମସ୍ତ ବୈଜ୍ଞାନିକଙ୍କୁ ଅଭନନ୍ଦନ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Share This Article