ଅଗଷ୍ଟ ୨୧ ରୁ ଭିନ୍ନକ୍ଷମମାନଙ୍କୁ ଉପକରଣ ବଣ୍ଟନ ପାଇଁ ଆୟୋଜନ ହେବ ଏକ ମୂଲ୍ୟାଙ୍କନ ଶିବିର

Odisha Hot News
1 Min Read

ଭୁବନେଶ୍ବର: ନ୍ୟାସନାଲ୍ କ୍ୟାରିଅର୍ ସର୍ଭିସ୍ ସେଣ୍ଟର (NCSCDA), ଭୁବନେଶ୍ୱର, ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ, ଭାରତ ସରକାର ଏବଂ ଭାରତର କୃତିମ ଅଙ୍ଗ ଉତ୍ପାଦନ ନିଗମ (ଆଲିମକୋ), ମୁଖ୍ୟ କାର୍ଯ୍ୟାଳୟ, କାନପୁର ମିଳିତ ଆନୁକୁଲ୍ୟରେ ଦୃଷ୍ଟିବାଧିତ ଏବଂ ଚଳନଶକ୍ତି ବାଧିତ ଭିନ୍ନକ୍ଷମମାନଙ୍କ ପାଇଁ ଏକ ସହାୟତା ଏବଂ ଉପକରଣ ବଣ୍ଟନ କାର୍ଯ୍ୟକ୍ରମ ପାଇଁ ଏକ ମୂଲ୍ୟାଙ୍କନ ଶିବିର ଆୟୋଜନ କରିବାକୁ ଯାଉଛି।

ଭିନ୍ନକ୍ଷମମାନେ ସେମାନଙ୍କର ଯୋଗ୍ୟତା ଏବଂ ଉପଲବ୍ଧତା ଉପରେ ଆଧାର କରି ଧଳା ବାଡ଼ି, ସ୍ମାର୍ଟ କେନ, ସ୍ମାର୍ଟଫୋନ୍, ଟ୍ରାଇସାଇକେଲ୍, ହ୍ୱିଲ୍ ଚେୟାର, କ୍ରଚ୍, ମୋଟରାଇଜଡ୍ ଟ୍ରାଇସାଇକେଲ୍ ଇତ୍ୟାଦି ଉପକରଣଗୁଡ଼ିକ ପାଇପାରିବେ। ଏହି ଉପକରଣଗୁଡ଼ିକ ମୂଲ୍ୟାଙ୍କନ ତାରିଖର ୩୦ ଦିନ ମଧ୍ୟରେ ବଣ୍ଟନ କରାଯିବ। ଏହି ସାହାଯ୍ୟ ଏବଂ ଉପକରଣଗୁଡିକ ALIMCO ଦ୍ଵାରା ADIP ସ୍କିମ୍ ରେ ଅନ୍ତର୍ଗତ।

ALIMCO ର ଅଧିକାରୀଙ୍କ ଅନୁଯାୟୀ, ଆଗ୍ରହୀ ଭିନ୍ନକ୍ଷମମାନେ ସେମାନଙ୍କର ଫଟୋ, ଭିନ୍ନକ୍ଷମ ପ୍ରମାଣପତ୍ର, ଆୟ ପ୍ରମାଣପତ୍ର, ବିପିଏଲ୍ କାର୍ଡ / ରେସନ କାର୍ଡ, ଭତ୍ତା କାର୍ଡ ଏବଂ ଆଧାର କାର୍ଡ (ସମସ୍ତ ମୂଳ ଏବଂ ଦୁଇଟି ନକଲ) ସହିତ NCSCDAକୁ ଆସିପାରନ୍ତି।

ତେଣୁ ଆଗ୍ରହୀ ଦୃଷ୍ଟିବାଧିତ ଏବଂ ଚଳନଶକ୍ତି ବାଧିତ ଭିନ୍ନକ୍ଷମମାନେ ସେମାନଙ୍କର ମୂଲ୍ୟାଙ୍କନ ପାଇଁ ଉପରୋକ୍ତ ଡକ୍ୟୁମେଣ୍ଟ୍ ସହିତ ନିମ୍ନ ଠିକଣାରେ ଆସିବାକୁ ଅନୁରୋଧ କରାଯାଇଛି।

ତାରିଖ: ୨୧ ଅଗଷ୍ଟ ୨୦୨୩ ରୁ ୨୫ ଅଗଷ୍ଟ ୨୦୨୩

ବୟସ ସୀମା: ୧୫ ବର୍ଷ ରୁ ୪୫ ବର୍ଷ

ସମୟ: ସକାଳ ୧୦ଘ. ରୁ ଅପରାହ୍ନ ୪ଘ.

ଠିକଣା: ଏନ ସି ଏସ୍ ସି ଡି ଏ(ପୂର୍ବରୁ : ଭି ଆର ସି ଏଚ), ପ୍ଲଟ ନଂ- ୧,,୫ ଏବଂ ୬, ଗଣ୍ଡମୁଣ୍ଡାପୋଖରୀପୁଟଭୁବନେଶ୍ୱରଖୋର୍ଦ୍ଧା-୭୫୧୦୩୦ (ମଧୁସୂଦନ ଦାସ ପାର୍କ ସାମ୍ନା)

  ଅଧିକ ସୂଚନା ପାଇଁ ଫୋନ: ୦୬୭୪୨୩୫୨୩୧୭

Share This Article