ହତ୍ୟା ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ ଆଦେଶ

Odisha Hot News
1 Min Read

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଗତ ୨୦୨୧ ଜୁଲାଇ ମାସରେ ଘଟିଥିବା ଏକ ହତ୍ୟାକାଣ୍ଡ ଘଟଣାର ଶୁଣାଣି କରି ମାନ୍ୟବର ଜିଲ୍ଲା ଦୌରାଜଜ୍ ରୁପଶ୍ରୀ ଚୌଧୁରୀ ସାକ୍ଷ୍ୟ ପ୍ରମାଣ କୁ ଆଧାର କରି ଅଭିଯୁକ୍ତ ବିନୋଦ ଦାସ କୁ ଆଜୀବନ କାରାଦଣ୍ଡ ଆଦେଶ ସହ ୧୦ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି। ଜୋରିମାନା ଅନାଦେୟ ଅଧିକ ୬ ମାସ କାରାଦଣ୍ଡ ଭୋଗିବାକୁ ଆଦେଶ ଦେଇଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ, ଗୋଳନ୍ଥରା ଥାନା ଅନ୍ତର୍ଗତ ରଣ୍ଢା ହରିଜନ ସାହିର ବିନୋଦ ଦାସ ଓ ଦିଲ୍ଲୀ ଦାସଙ୍କ ମଧ୍ୟରେ ଟଙ୍କା ଚୋରିକୁ ମନୋମାଳିନ୍ୟ ହୋଇଥିଲା। ପରବର୍ତ୍ତୀ ସମୟରେ ଘଟଣା ଉଗ୍ରରୂପ ଧାରଣ କରି ଦିଲ୍ଲୀ ଦାସ କୁ ବିନୋଦ ଦାସ ଏକ ଲୁହା ଛଡରେ ମୁଣ୍ଡକୁ ପିଟି ଦେବାରୁ ସେ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ମୃତ୍ୟୁବରଣ କରିଥିଲେ। ଏ ସଂକ୍ରାନ୍ତରେ ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ୮ ଜଣ ସାକ୍ଷୀଙ୍କ ବୟାନକୁ ନେଇ ମାନ୍ୟବର ଅଦାଲତ ଉକ୍ତ ରାୟ ଶୁଣାଇଛନ୍ତି।

Share This Article