ଓଡିଶାର ଦୁଇଟି ରେଳପଥର ସଂପ୍ରସାରଣ ପାଇଁ କେନ୍ଦ୍ର କ୍ୟାବିନେଟର ଅନୁମୋଦ, ମନମୋହନଙ୍କ ଧନ୍ୟବାଦ

Odisha Hot News
1 Min Read

ଭୁବନେଶ୍ବର: ଓଡିଶାର ଦୁଇଟି ରେଳ ଲାଇନକୁ ଟ୍ରିପଲ ଲାଇନ କରିବାକୁ କେନ୍ଦ୍ର କ୍ୟାବିନେଟରେ ଅନୁମୋଦନ କରାଯାଇଛି। ତାହା ହେଲା ନିର୍ଗୁଣ୍ଡି–ବାରଙ୍ଗ’ ଏବଂ ‘ଖୋର୍ଦ୍ଧା ରୋଡ–ବିଜୟନଗରମ୍‌’ ତୃତୀୟ ଲାଇନକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ କରିଛି। ଏହାକୁ ନେଇ ଓଡିଶା ରାଜ୍ୟ ସଭାପତି ମନମୋହନ ସାମଲ ପ୍ରଧାନମନ୍ତ୍ରୀ ଏବଂ ରେଳମନ୍ତ୍ରୀଙ୍କୁ ଧନ୍ୟବାଦ ପ୍ରଦାନ କରିଛନ୍ତି।

ସେ କହିଛନ୍ତି ଯେ, ଖଣିଜ ସଂପଦ ଭରା ଓଡିଶାର କୋଇଲା, ଇସ୍ପାତ ଓ ଅନ୍ୟାନ୍ୟ ଖଣିଜ ପଦାର୍ଥ ସମେତ ସାର ପରିବହନର ଗତିକୁ ବୃଦ୍ଧି କରିବା ଉଦ୍ଦ୍ୟେଶରେ ୪୧୭.୬ କିଲୋମିଟର ଲମ୍ବ ‘ନିର୍ଗୁଣ୍ଡି–ବାରଙ୍ଗ’ ଏବଂ ‘ଖୋର୍ଦ୍ଧା ରୋଡ–ବିଜୟନଗରମ୍‌’ ତୃତୀୟ ରେଳଲାଇନ ନିର୍ମାଣ ସକାଶେ ୫୬୧୮.୨୬ କୋଟି ଟଙ୍କା ଅନୁମୋଦନ ମିଳିଛି।

ଏହା ନିର୍ମାଣ ଫଳରେ ରେଳ ପରିବହନ କ୍ଷେତ୍ରରେ ଓଡିଶାର ଭୂମିକା ବୃଦ୍ଧି ପାଇବ ଏବଂ ଆର୍ଥିକ କ୍ଷେତ୍ରରେ ଓଡିଶା ଆହୁରି ସୁଦୃଢ ହୋଇପାରିବ ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି।

Share This Article