କ୍ରାନ୍ତି ଓଡ଼ିଶା ପକ୍ଷରୁ ମାଁ ତୁଝେ ସାଲାମ୍ ୨୦୨୩ ଅନୁଷ୍ଠିତ

Odisha Hot News
1 Min Read

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ରେଶମ ନଗରୀ ବ୍ରହ୍ମପୁର ସହରର ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ କ୍ରାନ୍ତି ଓଡ଼ିଶା ପକ୍ଷରୁ ହିଲପାଟଣା ସ୍ଥିତ ବିଜୁ ପଟ୍ଟନାୟକ ସଂସ୍କୃତି ଭବନ ଠାରେ ସ୍ବାଧୀନତା ଦିବସ ଅବସରରେ ମାଁ ତୁଝେ ସାଲାମ୍ ୨୦୨୩ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।

ଅନୁଷ୍ଠିତ କାର୍ଯ୍ୟକ୍ରମରେ ଉପସ୍ଥିତ ଅତିଥିମାନଙ୍କ ଦ୍ଵାରା ପ୍ରଥମେ ଜଗନ୍ନାଥଙ୍କ ନିକଟରେ ଦୀପ ପ୍ରଜ୍ବଳନ ଓ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ଖଲିକୋଟ ଏକକ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଫୁଲ୍ଲ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ମେୟର ସଙ୍ଘମିତ୍ରା ଦଳେଇ,ବିହନ ନିଗମ ଅଧ୍ୟକ୍ଷ ସୁବାସ ମହାରଣା, ପୁର୍ବତନ ମେୟର ଶିବଶଙ୍କର ଦାସ, ଏସ୍ ଏମ୍ ଆଇ ଟି ସଭାପତି ଭଗବାନ ଗନ୍ତାୟତ, ବରିଷ୍ଠ ସମାଜସେବୀ ସୁଧୀର ସାବତ ,ଶିକ୍ଷାବିତ ଧର୍ମେନ୍ଦ୍ର ପାଢୀ, ସୁଶାନ୍ତ ସାବତ,ଆଶା ଦାସ ଓ ବନ୍ଦିତା ତ୍ରିପାଠୀ ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସମ୍ମାନିତ ଅତିଥି ଭାବେ ଯୋଗଦେଇ ଅନୁଷ୍ଠାନ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିବା ଛାତ୍ରଛାତ୍ରୀମାନଙ୍କୁ ସ୍ବାଧୀନତା ଦିବସର ମହତ୍ଵ ବୁଝାଇଥିଲେ ଓ ସମାଜସେବାରେ ଆଗେଇ ଆସିବା ପାଇଁ ଦିଗଦର୍ଶନ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ୪୦ ଟି ସ୍କୁଲର ପ୍ରତିଯୋଗୀ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ରେ ଭାଗ ନେଇଥିଲେ।କୁନି କୁନି ପିଲାଙ୍କ ଦ୍ଵାରା ପରିବେଷିତ ଦେଶାତ୍ମବୋଧକ ସଙ୍ଗୀତ ମାଁ ତୁଝେ ସାଲାମ୍ ସଙ୍ଗୀତ ଓ ନ୍ରୁତ୍ୟ କାର୍ଯ୍ୟକ୍ରମ ଉପସ୍ଥିତ ଅତିଥି ଓ ଦର୍ଶକଙ୍କ ମନ ମୋହି ଥିଲା। ଇତ୍ୟବସରରେ ୧୨୦୦ ଛାତ୍ରଛାତ୍ରୀମାନଙ୍କୁ ଅତିଥି ଗଣଙ୍କ ଦ୍ଵାରା ମାନପତ୍ର ସହ ପୁରସ୍କାର ପ୍ରଦାନ କରାଯାଇଥିଲା। ଅନୁଷ୍ଠିତ କାର୍ଯ୍ୟକ୍ରମରେ ଡଃ ଦେବାନନ୍ଦ ଦାସ ଉଦଘୋଷକ କାର୍ଯ୍ୟକ୍ରମ ତୁଲାଇଥିଲେ ଓ ନିର୍ମଳା ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

Share This Article