ପୁଅର ଟାଙ୍ଗିଆ ଚୋଟରେ ବାପାର ମୃତ୍ୟୁ

Odisha Hot News
1 Min Read

ସୁନ୍ଦରଗଡ଼: ପୁଅର ଟାଙ୍ଗିଆ ଚୋଟରେ ବାପାର ମୃତ୍ୟୁ ଘଟଣା ସୁନ୍ଦରଗଡ଼ରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ମିଳିଥିବା ସୂଚନା ଅନୁଯାୟୀ, ସୁନ୍ଦରଗଡ଼ ସଦର ଥାନାର ତସୁପଡ଼ା ଗାଁରେ ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବା ଜଣାଯାଇଛି।ଗତକାଲି ବିଳମ୍ବିତ ରାତିରେ ବାପା ରିମିସ୍ ଏକା ଘରେ ଶୋଇଥିବା ସମୟରେ ପୁଅ ରଜତ ଏକା ଟାଙ୍ଗିଆରେ  ଚୋଟ ପକାଇଥିଲା। ଏହାଫଳରେ ଘଟଣାସ୍ଥଳରେ ହିଁ ବାପାର ମୃତ୍ୟୁ ହୋଇଥିଲା।

ଘରୋଇ କଳିରୁ ବାପାକୁ ପୁଅ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏସଂପର୍କରେ ସୁନ୍ଦରଗଡ଼ ସଦର ଥାନା ପୁଲିସ୍ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚିଥିଲା। ପୁଲିସ୍ ଅଭିଯୁକ୍ତ ପୁଅ ରଜତକୁ ଥାନାରେ ଅଟକ ରଖିଛି। ଏଣେ ରିମିସ୍ ଏକାର ମୃତଦେହ ଜବତ କରି ତାର ବ୍ୟବେଚ୍ଛଦ ଲାଗି  ସୁନ୍ଦରଗଡ଼ ସଦର ମୁଖ୍ୟ ଚିକିତ୍ସଳୟକୁ ପଠାଇଛି।

ଏଣେ ଘଟଣାର ତଦନ୍ତ ଆରମ୍ଭ କରିଛି ପୁଲିସ୍।  ମୃତ  ରିମିସ୍ ଏକାର ବୟସ ୬୦ ବୋଲି କୁହାଯାଉଥିବା ବେଳେ ଅଭିଯୁକ୍ତ ରଜତର ବୟସ ୨୭ ବୋଲି ଜଣାଯାଇଛି। ରଜତ ବିବାହିତ ବୋଲି ମଧ୍ୟ ଜଣାଯାଇଛି।  ତେବେ କେଉଁ କାରଣରୁ ଏଭଳି ହତ୍ୟାକାଣ୍ଡ ଘଟିଛି ତାହା ସ୍ପଷ୍ଟ ହୋଇନାହିଁ।
Share This Article
Leave a Comment