ବ୍ରହ୍ମପୁର: ୧୩ ଟି ମୋଟରସାଇକେଲ ଓ ୫୭ ଟି ମୋବାଇଲ ଫୋନ ଜବତ, ୫ ଲୁଟେରା ଗିରଫ

Odisha Hot News
1 Min Read

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଗତ କିଛି ମାସ ମଧ୍ୟରେ ଲୁଟ୍ ଓ ରାହାଜାନୀ ଘଟଣାକୁ ଗୁରୁତର ସହ ନେଇ ବ୍ରହ୍ମପୁର ଏସ୍ ପି ଡଃ ସର୍ବଣା ବିବେକ ଏମ୍ ଏକ ସ୍ବତନ୍ତ୍ର ଟିମ୍ ଗଠନ କରିଥିଲେ। ଏହା ଜରିଆରେ ଗୁଇନ୍ଦା ସୁତ୍ରକୁ ଭିତ୍ତି କରି ଦୃଢ ପଦକ୍ଷେପ ଯୋଗୁଁ ବ୍ରହ୍ମପୁର ପୋଲିସ ବଡ଼ ଧରଣର ସଫଳତା ହାସଲ କରିଛି।

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବ୍ରହ୍ମପୁର ଏସ୍ ପି ପ୍ରକାଶ କରିଛନ୍ତି ଯେ, ଗତ ଅଗଷ୍ଟ ୪ ତାରିଖରେ ଆଙ୍କୁଲି ନିଗମ ନଗର ବାସିନ୍ଦାଙ୍କ ହୋଣ୍ଡା ୟୁନିକର୍ଣ୍ଣ ମୋଟରସାଇକେଲ ଚୋରି ହୋଇଥିବା ଅଭିଯୋଗକୁ ଭିତ୍ତି କରି ପୋଲିସ ହିଞ୍ଜିଳି ଅଞ୍ଚଳର ଚନ୍ଦନ ବିଶ୍ଵାସ ନାମକ ଜଣେ ଯୁବକକୁ ଅଟକ ରଖି ପଚରାଉଚୁରା କରିଥିଲା। ସେତେବେଳେ ତାଠୁ ଖବର ପାଇ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରି ୧୩ ଟି ମୋଟରସାଇକେଲ ୫୭ ଟି ମୋବାଇଲ ଫୋନ ଜବତ କରିବା ସହ ୫ ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ଗିରଫ ଯୁବକ ମାନେ ଯଥା ଏଲ୍ ଶିବ ରେଡ୍ଡୀ, ଉପେନ୍ଦ୍ର ନାୟକ, ଶ୍ରୀକାନ୍ତ ପାଢୀ ଆକାଶ ପରିଡ଼ା ଓ ଚନ୍ଦନ ବିଶ୍ଵାସ ବୋଲି ପୋଲିସ ସୁତ୍ରରୁ ପ୍ରକାଶ।

Share This Article