୭୩ କିଲୋ ଗଞ୍ଜେଇ ଜବତ, ତିନି ଗିରଫ

Odisha Hot News
1 Min Read

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ରାମନାଗୁଡା ୭୩ କିଲୋ ଗଞ୍ଜେଇ ଜବତ କରିବା ସହ ୩ ଜଣ ଚାଲାଣ କାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଥାନା ଏସ୍ ଆଇ ବାବୁଲା ପ୍ରଧାନ ଓ ଅନ୍ୟ କିଛି କର୍ମଚାରୀ ପାଟ୍ରୋଲିଂ କରୁଥିବା ସମୟରେ ଥାନା ଅଧିନସ୍ଥ ଚାକୁଣ୍ଡା ଗ୍ରାମ ଛକରେ ୩ ଜଣ ବ୍ୟକ୍ତି ୪ ଟି ବସ୍ତା ଧରି ଛିଡା ହୋଇଥିବା ଦେଖି ଯାଞ୍ଚ କରିବା ବେଳେ ସେଥିରେ ଗଞ୍ଜେଇ ଦେଖିବାକୁ ପାଇଥିଲେ। ସଙ୍ଗେ ସଙ୍ଗେ ଥାନା ଅଧିକାରୀ ସୁନୀତା ବେହେରାଙ୍କୁ ଜଣାଇବା ପରେ ଥାନା ଅଧିକାରୀ ବେହେରା ତହସିଲଦାର ନିର୍ମଳ ଚନ୍ଦ୍ର ସାହୁଙ୍କ ଉପସ୍ଥିତିରେ ଉକ୍ତ ଗଞ୍ଜେଇକୁ ଓଜନ କରିଥିଲେ ଓ ସେଥିରେ ୭୩ କିଲୋ ଗଞ୍ଜେଇ ମିଳିଥିଲା।

ପୋଲିସ ଉକ୍ତ ଗଞ୍ଜେଇ ଜବତ କରି ଅଭିଯୁକ୍ତ ଚାଲାଣ କାରୀ ରମାକାନ୍ତ ନାୟକ, ପ୍ରଦୀପ ନାୟକ ଓ ମୁନା ବେହେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।

Share This Article