ଓଡିଶା: ଭାରତର ପୁରୁଣା ପ୍ରତିଦ୍ୱନ୍ଦୀ ପାକିସ୍ତାନକୁ ଆଜି(ବୁଧବାର) ଚେନ୍ନାଇରେ ଭେଟିବ ଭାରତ । ଆଜିର ସନ୍ଧ୍ୟା ଏସିଆନ ଚମ୍ପିୟାନ୍ସ ଟ୍ରଫିର ବଡ ମୁକାବିଲା ହେବ । କ୍ରିକେଟ ହେଉ କିମ୍ବା ହକି ଭାରତ ପାକିସ୍ତାନ ମ୍ୟାଚ ଉପରେ ସମଗ୍ର ବିଶ୍ୱର ନଜର ଥାଏ । ଭାରତ ୪ଟି ଲିଗ ମ୍ୟାଚ ଖେଳି ଅପରାଜିତ ରହିଥିବା ସହ ସେମିଫାଇନାଲରେ ମଧ୍ୟ ଜାଗା ପକ୍କା କରିସାରିଛି । ୪ଟି ମ୍ୟାଚ ଖେଳି ୩ଟି ଜିତିବାଥିବାବେଳେ ଗୋଟିଏ ମ୍ୟାଚ ଡ୍ର ରହିଥିଲା । ଆଉ ଭାରତ ଚଳିତ ବର୍ଷ ପଏଣ୍ଟସ୍ ଟେବୁଲରେ ଶୀର୍ଷରେ ମଧ୍ୟ ରହିଛି । ଅନ୍ୟପକ୍ଷରେ ପାକିସ୍ତାନ ଚୀନ୍ ବିରୁଦ୍ଧରେ ଜିତିଥିବାବେଳେ ମାଲେସିଆଠୁ ପରାସ୍ତ ହୋଇଛି । ଜାପାନ ଓ କୋରିଆ ସହ ଡ୍ର ହେବା ପରେ ୫ ପଏଣ୍ଟ ପାଇ ପଏଣ୍ଟସ ଟେବୁଲର ଚତୁର୍ଥ ସ୍ଥାନରେ ରହିଛି । ଏସିଆନ ଚମ୍ପିୟାନ୍ସ ଟ୍ରଫିକୁ ଭାରତ ୩ଥର ଜିତିଥିବା ବେଳେ ପାକିସ୍ତାନ ୨ଥର ଜିତିଛି । ଭାରତ ଆଜିର ମ୍ୟାଚ ଜିତିବା ସହ ଏସିଆନ ଚମ୍ପିୟାନ୍ସ ଟ୍ରଫିକୁ ଜିତି ୪ଥ ଥର ବିଜେତା ହବା ପାଇଁ ଚେଷ୍ଟା କରିବ ।
ବଡ ମୁକାବିଲା : ଆଜି ପାକିସ୍ତାନକୁ ଚେନ୍ନାଇରେ ଭେଟିବ ଭାରତ

You Might Also Like
Odisha Hot News
- Advertisement -
Comment