ରାଜପଥ ଲୁଟେରା ଗିରଫ, ମୋବାଇଲ ଫୋନ, ବାଇକ ଓ ଅର୍ଥ ଜବତ

Odisha Hot News
1 Min Read

ଭଦ୍ରକ: ଭଣ୍ଡାରିପୋଖରୀ ଥାନା ଅଞ୍ଚଳର ୧୬ ନଂ ଜାତୀୟ ରାଜପଥରୁ ଲୁଟରେ ସଂପୃକ୍ତ ଲୁଟେରାକୁ ପୁଲିସ ଗିରଫ କରିଛି । ଗତକାଲି ତାମିଲନାଡୁ ଅଭିମୁଖି ଟ୍ରକ ଚାଳକକୁ ଆସାମ ଅଏଲ ପେଟ୍ରେଲ ପମ୍ପ ନିକଟରେ ଛୁରା ଦେଖାଇ ଅର୍ଥ, ଏଟିଏମ କାର୍ଡ ଓ ମୋବାଇଲ ଲୁଟ କରୁଥିବା ବେଳେ ଲୁଟେରାକୁ ସ୍ଥାନୀୟ ଲୋକେ କାବୁ କରି ପୁଲିସ ଜିମା ଦେଇଥିଲେ । କେନ୍ଦ୍ରପଡା ଜିଲ୍ଲା ମାନପୁର ଅଞ୍ଚଳର ସୁଧାଂଶୁ ମଲ୍ଲିକ ବୋଲି ଲୁଟେରାର ପରିଚୟ ମିଳିଛି । ଲୁଟେରା ଠାରୁ ଲୁଟ ହୋଇଥିବା ମୋବାଇଲ ଫୋନ, ଏଟିଏମ କାର୍ଡ ଓ ନଗଦ ଅର୍ଥ ସହ ଏକ ଆପାଚି ମୋଟରସାଇକେଲ ଜବତ କରାଯାଇଛି । ଏଥିନେଇ ଥାନାରେ ୫୮/୨୧ନଂ ମାମଲା ଋଜୁ କରାଯାଇ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି ।

Share This Article