ବିବାହ ବନ୍ଧନରେ ବାନ୍ଧି ହେଲେ ବୁମରା

Odisha Hot News
2 Min Read

ନୂଆଦିଲ୍ଲୀ: ବିବାହ ବନ୍ଧନରେ ବାନ୍ଧି ହେଲେ ଟିମ୍‌ ଇଣ୍ଡିଆର ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରାହ। ୨୦୧୪ ମିସ୍‌ ଇଣ୍ଡିଆ ଫାଇନାଲିଷ୍ଟ ତଥା ସ୍ପୋର୍ଟସ ଆଙ୍କର ସଞ୍ଜନା ଗାଣେସନଙ୍କୁ ବିବାହ କରିଛନ୍ତି। ଆଜି ଗୋଆରେ ଏହି ବିବାହ କାର୍ଯ୍ୟକ୍ରମ ଶେଷ ହୋଇଛି। ଏ ସମ୍ପର୍କରେ ବୁମ୍ରାହ ନିଜେ ଫଟୋ ଶେୟାର କରି ସୂଚନା ଦେଇଛନ୍ତି।

ଏହି ଫଟୋରେ ଦୁହେଁ ବର କନିଆ ବେଶରେ ବେଶ୍ ସୁନ୍ଦର ଦେଖାଯାଉଛନ୍ତି । ପିଙ୍କ୍ ୱେଡିଂ ଥିମରେ ଦୁହେଁ କଲର କୋର୍ଡ଼ିନେଟ୍ କରି ଆଉଟଫିଟ୍ ବି ପିନ୍ଧିଛନ୍ତି। ବୁମରାହ ପେଷ୍ଟାଲ୍ ପିଙ୍କ ଓ ଲାଇଟ୍ କ୍ରିମ କଲର ସେରୱାନି ପିନ୍ଧିଥିବାବେଳେ ସଞ୍ଜନା ବି ପେଷ୍ଟାଲ ପିଙ୍କ ଓ କ୍ରିମ କଲର ଲେହେଙ୍ଗା ପିନ୍ଧିଛନ୍ତି । ଦୁହିଁଙ୍କ ଯୋଡ଼ି ପୂରା ଜବରଦସ୍ତ ଲାଗୁଛି। କେବଳ ବର କନ୍ୟା ନୁହେଁ ବାହାଘରର ସାଜସଜ୍ଜା ବି ଖୁବ୍ ସୁନ୍ଦର ଦିଶୁଛି। ବିଭିନ୍ନ ରଙ୍ଗର ଫୁଲ ଭିତରେ ବୁମରା ଓ ସଞ୍ଜନାଙ୍କ ବାହାଘରର ଫଟୋ ବେଶ୍ ଆକର୍ଷଣୀୟ ଦେଖାଯାଉଛି।

ବୁମରାହ ନିଜ ଟ୍ୱିଟର ହ୍ୟାଣଡେଲରେ ବିବାହର ୨ଟି ଫଟୋ ଶେଆର କରିଛନ୍ତି । ଗୋଟିଏ ଫଟୋରେ ବର ଓ ବଧୂ ବେଶରେ ଉଭୟ ବେଦୀରେ ବସିଛନ୍ତି ଓ ପରସ୍ପରକୁ ରୋମାଣ୍ଟିକ ଅନ୍ଦାଜରେ ଚାହିଁ ରହିଛନ୍ତି। ଆଉ ଏକ ଫଟୋରେ ଉଭୟ ବେଦୀରେ ଫେରେ ନେଉଥିବା ଦେଖିବାକୁ ମିଳିଛି। ଏମାନଙ୍କ ବାହାଘର ସମ୍ପୂର୍ଣ୍ଣ ପଞ୍ଜାବୀ ରିତିନୀତିରେ ସମ୍ପନ୍ନ ହୋଇଛି। ବୁମ୍ରା ଫଟୋ ଶେୟାର କରି ଲେଖିଛନ୍ତି, “ପ୍ରେମ, ଯଦି ଏହା ଆପଣଙ୍କୁ ଯୋଗ୍ୟ ଭାବିବ, ତା’ହେଲେ ସେ ଆପଣମାନଙ୍କୁ ଆଗକୁ ନେଇଯିବ। ପ୍ରେମ ଜରିଆରେ ଆମେ ଏକାଠି ହୋଇ ଆଗକୁ ବଢ଼ିଛୁ ଓ ନୂଆ ଯାତ୍ରା ଆରମ୍ଭ କରିଛୁ। ଆଜିର ଦିନ ଆମ ଜୀବନର ସୁବଠାରୁ ଖୁସିର ଦିନଗୁଡ଼ିକ ମଧ୍ୟରୁ ଅନ୍ୟତମ। ଆମେ ଆମର ବାହାଘର ଓ ଖୁସିର ଦିନ ଆପଣମାନଙ୍କ ସହ ଶେୟାର କରୁଛୁ। ଏଥିପାଇଁ ଆମେ ବହୁତ ଖୁସି। ଯଶପ୍ରୀତ ଓ ସଞ୍ଜନା।”

ଏହି ଫଟୋ ସାମ୍ନାକୁ ଆସିବା ପରେ ସମସ୍ତେ ବୁମ୍ରା ଓ ସଞ୍ଜନାଙ୍କୁ ଶୁଭେଚ୍ଛା ଜଣାଇବାରେ ଲାଗିଛନ୍ତି। ବିବାହ କାର୍ଯ୍ୟକ୍ରମରେ କେବଳ ଦୁଇ ପରିବାରର ସଦସ୍ୟ ଓ କିଛି ନିକଟତର ବନ୍ଧୁ ସାମିଲ ହୋଇଥିଲେ। କରୋନା କଟକଣା ଯୋଗୁ ବୁମ୍ରା ବେଶୀ ଲୋକଙ୍କୁ ବିବାହକୁ ନିମନ୍ତ୍ରଣ କରିନାହାନ୍ତି।

Share This Article