ଭୁବନେଶ୍ୱର: ଖୋର୍ଦ୍ଧାରେ ନକଲି ସାର୍ଟିଫିକେଟ୍ ରାକେଟ୍ ଠାବ । ଜଣେ କଲେଜ ଅଧ୍ୟାପକ ଗିରଫ ହେବାପରେ ତନାଘନା କରିଛି ପୋଲିସ । କାଇପଦର ଶ୍ରୀଜଗନ୍ନାଥ ମହାବିଦ୍ୟାଳୟରେ କାର୍ଯ୍ୟରତ ରାଜନୀତି ବିଜ୍ଞାନ ଅଧ୍ୟାପକ ତପନ କୁମାର ପୃଷ୍ଟି ନକଲି ସାର୍ଟିଫିକେଟ୍ ଦେଇ ଗିରଫ ହୋଇଛନ୍ତି । ଖୋର୍ଦ୍ଧା ଦଧିମାଛଗାଡ଼ିଆ ଅଞ୍ଚଳର ଜଣେ ପ୍ଲସ ଟୁ ଫେଲ୍ ଛାତ୍ରଙ୍କୁ ସେ ଯୁକ୍ତ ୨ ବିଦ୍ୟାଳୟର
ସାର୍ଟିଫିକେଟ ଦେଇଥିଲେ ।
ସୂଚନା ଅନୁଯାୟୀ, କାଇପଦର ଶ୍ରୀଜଗନ୍ନାଥ ମହାବିଦ୍ୟାଳୟରେ କାର୍ଯ୍ୟରତ ରାଜନୀତି ବିଜ୍ଞାନ ଅଧ୍ୟାପକ ତପନ କୁମାର ପୃଷ୍ଟି ଯୁକ୍ତ ୨ ସାର୍ଟିଫିକେଟ କରେଇ ଦେବାକୁ କହି ଛାତ୍ରଙ୍କଠାରୁ ଦୁଇଟି କିସ୍ତିରେ ୩୩ ହଜାର ଟଙ୍କା ନେଇଥିଲେ । ନକଲି ସାର୍ଟିଫିକେଟ ଦେଇଥିବା ନେଇ ଛାତ୍ର ଜଣକ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୋଲିସ୍ ଅଧ୍ୟାପକ ତପନ ପୃଷ୍ଟିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଧ୍ୟାପକଙ୍କ ଘର ଯାଜପୁର ଅଞ୍ଚଳରେ ବୋଲି ଜଣାପଡ଼ିଛି । ସେ ଖୋର୍ଦ୍ଧାରେ ରହି କାଇପଦର କଲେଜରେ ଚାକିରି କରିଥିଲେ । ସେ ଆଉ କାହାକୁ ପୂର୍ବରୁ ନକଲି ସାର୍ଟିଫିକେଟ ଦେଇଥିଲେ କି ନାହିଁ ତାହା ବର୍ତ୍ତମାନ ସ୍ପଷ୍ଟ ହୋଇନାହିଁ । ରାକେଟର ଚେର କେଉଁଆଡ଼େ ଲମ୍ବିଛି ତାହାର ଖୋଳତାଡ ଜାରି ରଖିଛି ପୋଲିସ ।
Comment