ଭୁବନେଶ୍ୱର: ପୋଲିସର ମହାନତା । ଲକ୍ ଡାଉନ୍ ବେଳେ ସବୁ ଠପ୍ । ଏଭଳି ସ୍ଥିତିରେ ଭୁବନେଶ୍ୱର କ୍ୟାପିଟାଲ୍ ହସ୍ପିଟାଲ ଆସିଥିଲେ ଜଣେ ରୋଗୀ । ଆମ୍ବୁଲାନ୍ସରେ ଆସିଥିଲେ । କିନ୍ତୁ ଗାଡ଼ି ନଥିବାରୁ ଘରକୁ ଫେରି ପାରି ନଥିଲେ । ସେହି ରାସ୍ତାରେ ଯାଉଥିବା ଲୋକଙ୍କୁ କେତେ କାକୁତି କରିଥିଲେ ଘରେ ଟିକେ ଛାଡି ଦେବାକୁ । କିନ୍ତୁ ଲକ୍ ଡାଉନ୍ ପରିସ୍ଥିତିରେ ହାତ ଗଣତି ଯେଉଁ କେତେ ଜଣ ଯାଉଥିଲେ କେହି ସାହାର୍ଯ୍ୟ କରି ନଥିଲେ । ଶେଷରେ ସହାୟତାର ହାତ ବଢ଼ାଇଥିଲେ ସେଠାରେ କାର୍ଯ୍ୟରତ କମିଶନରେଟ ପୋଲିସର ଜଣେ କନଷ୍ଟେବଳ । ପିସିଆରକୁ ଫୋନ୍ କରିଥିଲେ । ସଙ୍ଗେ ସଙ୍ଗେ ଗାଡ଼ି ଆସିଥିଲା । ମହିଳାଙ୍କୁ ପିସିଆର ଭ୍ୟାନ ନେଇ ତାଙ୍କ ଘରେ ସୁରକ୍ଷିତ ଭାବରେ ପହଞ୍ଚାଇଥିଲେ । ଏହି ଘଟଣା ଗୋଟିଏ କଥା ସ୍ପଷ୍ଟ କରୁଛି ଯେ, ଆପଣଙ୍କ ପୋଲିସ, ଆପଣଙ୍କ ସେବାରେ ।
ଲକ୍ ଡାଉନ୍ ବେଳେ ପୋଲିସର ମହାନତା , “ଆପଣଙ୍କ ପୋଲିସ, ଆପଣଙ୍କ ସେବାରେ”
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- bhagya88 on ଅାସନ୍ତାକାଲି ବିଜେପି ଛାଡ଼ିବେ ଦିଲୀପ ରାୟ ଓ ବିଜୟ ମହାପାତ୍ର !
- Frederickwourl on ରାମ ମନ୍ଦିର ମାମଲା : ଅଯୋଧ୍ୟ୍ୟାରେ ଉଦ୍ଧବ ଠାକରେ
- KeanuDal on ସଞ୍ଜୟ ଦାସବର୍ମା ହେଲେ ଯୋଜନା ବୋର୍ଡର ଉପାଧ୍ୟକ୍ଷ
- ForrestNup on ଆସନ୍ତା ଜାନୁୟାରୀ ୩୧ରେ ଓଡ଼ିଶା ଆସୁଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ !
- Rorybinna on ବିଭିନ୍ନ ଦାବି ନେଇ ଆଜିଠୁ ବଲାଙ୍ଗିର ବନ୍ଦ
