ବଗି ଛାଡ଼ି ପଳାଇଲା ଲୋକମାନ୍ୟ ତିଲକ ସୁପରଫାଷ୍ଟ୍ ଏକ୍ସପ୍ରେସ୍‌ ଟ୍ରେନର ଇଞ୍ଜିନ୍

Odisha Hot News
1 Min Read

କଟକ: କଟକ ଜିଲ୍ଲା ଅନ୍ତର୍ଗତ ଶାଳଗାଁ ଷ୍ଟେସନ ନିକଟରେ ଆଜି ସକାଳେ ଲୋକମାନ୍ୟ ତିଲକ ସୁପରଫାଷ୍ଟ୍ ଏକ୍ସପ୍ରେସ୍‌ ଟ୍ରେନ୍ ପାସେଞ୍ଜେର ବଗିକୁ ଛାଡ଼ି ଇଞ୍ଜିନ୍ ଅଲଗା ହୋଇ ଯାତ୍ରା କରବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ତେବେ ଟ୍ରେନ୍ ଅଳ୍ପକେ ଦୁର୍ଘଟଣାରୁ ବର୍ତ୍ତିଯାଇଥିବା କୁହାଯାଇଛି।

ପ୍ରାପ୍ତ ସୂଚନା ଅନୁଯାୟୀ ପୁରୀରୁ ମୁମ୍ବାଇ ଯାଉଥିବା ଲୋକମାନ୍ୟ ତିଲକ ସୁପରଫାଷ୍ଟ୍ ଏକ୍ସପ୍ରେସ୍‌ ନିର୍ଦ୍ଧାରିତ ସମୟରେ ଆଜି ସକାଳେ କଟକ ଷ୍ଟେସନ୍ ଛାଡ଼ିଥିଲା। ଏହାପରେ ପାଖାପାଖି ୮ଟା ୧୫ ମିନିଟ୍ ସମୟରେ ଏହି ଟ୍ରେନ୍ ଶାଳଗାଁ ଷ୍ଟେସନରେ ପହଞ୍ଚିଥିଲା। ତା’ପରେ ସେଠାରୁ ଲୋକମାନ୍ୟ ତିଲକ ସୁପରଫାଷ୍ଟ୍ ଏକ୍ସପ୍ରେସ୍‌ ଛାଡ଼ିବା ବେଳେ ଭୁଲବଶତଃ ଟ୍ରେନର ଇଞ୍ଜିନ୍ କେବଳ ଗୋଟିଏ ବଗିକୁ ନେଇ ଯାତ୍ରା କରିଥିଲା। କିଛି ମିନିଟ୍ ପରେ ଏହା ଚାଳକ ଜାଣିପାରିଥିଲେ।

ପୁଣି ପାଖାପାଖି ୫ ମିନିଟ୍ ପରେ ଇଞ୍ଜିନ୍ ଫେରି ସମସ୍ତ ବଗିକୁ ଧରି ମୁମ୍ବାଇ ଅଭିମୁଖେ ଯାତ୍ରା କରିଥିଲା। ଏହାଫଳରେ ଟ୍ରେନର ଯାତ୍ରା ବିଳମ୍ବିତ ହୋଇଥିଲା। ତେବେ ଏକ ନିଶ୍ଚିତ ଦୁର୍ଘଟଣାରୁ ବର୍ତ୍ତିଯାଇଛି ଲୋକମାନ୍ୟ ତିଲକ ସୁପରଫାଷ୍ଟ୍ ଏକ୍ସପ୍ରେସ୍‌। ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି।

Share This Article
Leave a Comment