ପୁରୀ : କରୋନା ସତର୍କତାକୁ ନେଇ ରବିବାର ଶ୍ରୀମନ୍ଦିର ଛତିଶା ନିଯୋଗର ଏକ ବୈଠକ ବସିଛି। ମୁଖ୍ୟ ପ୍ରଶାସକ ଡ . କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବଠକରେ ଶ୍ରଦ୍ଧାଳୁଙ୍କ ସୁରକ୍ଷିତ ଦର୍ଶନ ସହ ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ଗ୍ରହଣ ପ୍ରସଙ୍ଗରେ ଆଲୋଚନା ହୋଇଛି। ମହାପ୍ରଭୁଙ୍କୁ ଦର୍ଶନ ପୂର୍ବରୁ ଶ୍ରଦ୍ଧାଳୁଙ୍କୁ ଏକ ନିର୍ଦ୍ଦିଷ୍ଟ ଫର୍ମ ପୂରଣ କରିବାକୁ ପଡିବା ନେଇ ନିଷ୍ପତ୍ତି ହୋଇଛି। ଏହି ଅନୁଯାୟୀ, ନିର୍ଦ୍ଧାରିତ ଫର୍ମରେ ନିଜ ବିଷୟରେ ସମସ୍ତ ତଥ୍ୟ ଦେବାକୁ ଶ୍ରଦ୍ଧାଳୁଙ୍କ ଲାଗି ବାଧ୍ୟତାମୂଳକ କରାଯାଇଛି। ଜ୍ୱର, ଥଣ୍ଡା ହୋଇଥିଲେ ଦର୍ଶନ ପାଇଁ ନ ଆସିବାକୁ ପରାମର୍ଶ ଦିଆଯାଇଛି। ନିଜେ କିମ୍ବା ପରିବାରର କେହି ବିଦେଶରୁ ଫେରିଥିଲେ ଉକ୍ତ ଫର୍ମରେ ସ୍ପଷ୍ଟ କରିବାକୁ କୁହାଯାଇଛି। ତେବେ ଶ୍ରୀମନ୍ଦିର ବାହାରେ ଦୁଇଦିନ ମଧ୍ୟରେ ୨ଟି ହେଲ୍ପ ଡେସ୍କ କାର୍ଯ୍ୟକରିବ। ଯେଉଁଠାରେ ଏହି ଫର୍ମ ଯୋଗାଇ ଦିଆଯିବ। ଏହା ସହ କରୋନା ସଂକ୍ରମଣ ଲାଗି ଶ୍ରୀମନ୍ଦିରରେ କେତେକ ପୂଜାବିଧି ଏବଂ ପରମ୍ପରା ଉପରେ କଟକଣା ଲାଗୁ ହୋଇଛି। ଧାଡ଼ି ଦର୍ଶନ ବ୍ୟବସ୍ଥା ହୋଇଥିବା ବେଳେ ଦୁଇ ଭକ୍ତଙ୍କ ମଧ୍ୟରେ ୨ ମିଟରର ବ୍ୟବଧାନ ରହିବ। ଶ୍ରଦ୍ଧାଳୁ ଭିତରକାଠ ପର୍ଯ୍ୟନ୍ତ ଧାଡ଼ିରେ ଯାଇ ଦର୍ଶନ କରିବେ। ଅରୁଣ ସ୍ତମ୍ଭ, ଗରୁଡ ସ୍ତମ୍ଭ ଏବଂ କୌଣସି ଦେବଦେବୀ କିମ୍ବା କୌଣସି ପଦାର୍ଥ ଓ ବସ୍ତୁକୁ ଛୁଇଁବାକୁ ବାରଣ କରାଯାଇଛି। ଏହା ଏପ୍ରିଲ ୧ ତାରିଖ ପର୍ଯ୍ୟନ୍ତ ଚାଲିବ। ମନ୍ଦିର କର୍ମଚାରୀ, ପୋଲିସ, ଜେପିଜି, ଶ୍ରୀମନ୍ଦିର ପ୍ରଶାସନ ଓ ଜିଲା ପ୍ରଶାସନ ଅଧିକାରୀ ଯେଉଁମାନେ ମନ୍ଦିର କାର୍ଯ୍ୟରେ ସମ୍ପୃକ୍ତ ସେମାନଙ୍କୁ ମାସ୍କ ପିନ୍ଧିବାକୁ କୁହାଯାଉଥିବା ବେଳେ ସେବାୟତଙ୍କ ଲାଗି ଏହା ଇଚ୍ଛାଧୀନ କରାଯାଇଛି। ଆନନ୍ଦବଜାରରେ ଖାଇବା ଲାଗି ବସିବା ସମୟରେ ବ୍ୟବଧାନ ରଖିବାକୁ କୁହାଯାଇଛି। ଏହା ସହ ଅବଢ଼ା ଘରକୁ ନେଇ ଖାଇବାକୁ ପରାମର୍ଶ ଦିଆଯାଇଛି। ୪ ଦ୍ୱାରରେ ହାତ ଧୋଇବା ଲାଗି ବ୍ୟବସ୍ଥା କରାଯିବାକୁ ଏହି ବୈଠକରେ ନିଷ୍ପତ୍ତି ନିଆଯାଇଛି।
ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି: ଭିତର କାଠ ପାଖରୁ ଠାକୁରଙ୍କ ଦର୍ଶନ ଉପରେ କଟକଣା ,ଥଣ୍ଡାଜ୍ୱର ଥିଲେ ନ ଆସିବାକୁ ପରାମର୍ଶ
Leave a Comment
Leave a Comment
- Advertisement -
Stay Connected
Comment
- ErnestKex on ମାରୁତି ସୁଜୁକିି ୱାଗନ ଆର୍ ବଜାରରେ ଆସୁଛି ନୂଆରୂପରେ !
- Raphaelfuh on ସିକ୍ୟୁରିଟି ମୁହଁରେ ଗାମୁଛା ବାନ୍ଧି ବ୍ୟାଙ୍କ ଲୁଟ୍ !
- KellyTouri on ଭୁବନେଶ୍ୱର ଓ କଟକରେ ୬୫୦ ଶଯ୍ୟାବିଶିଷ୍ଟ କୋଭିଡ୍ ହସପିଟାଲ ଉଦଘାଟିତ କଲେ ମୁଖ୍ୟମନ୍ତ୍ରୀ
- Tobyteway on କାଳ ସାଜିଲା ତୀର୍ଥ ଭ୍ରମଣ; ରାତିଅନିଦ୍ରା ହୋଇ ଗାଡ଼ି ଚଲାଉଥିବା ବେଳେ ଘଟିଲା ଦୁର୍ଘଟଣା, ଘଟଣାସ୍ଥଳରେ ୪ମୃତ, ୧୧ ଆହତ !
- JamesSak on ନିୟମ ଭାଙ୍ଗିଲେ ପୋଲିସ ବାବୁ । ପରିବାର ସହ ଶ୍ରୀମନ୍ଦିରରେ କଲେ ପ୍ରବେଶ
