ବରଗଡ଼ରୁ ୨ ଲକ୍ଷ ଟଙ୍କାର ଜାଲନୋଟ ଜବତ କଲା ଏସ୍‌ଟିଏଫ୍‌

Odisha Hot News
0 Min Read

ବରଗଡ଼  – କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ଶନିବାର ଏକ ଜାଲନୋଟ ରାକେଟର ପର୍ଦ୍ଦାଫାଶ କରିଛି। ଏହି ଘଟଣାରେ ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।

ଗିରଫ ଅଭିଯୁକ୍ତମାନେ ହେଲେ, ମଙ୍ଗଲୂ ମାଲଖାର, ସୁଦର୍ଶନ ମହାନ୍ତି ଏବଂ ପ୍ରଫୁଲ୍ଲ ମେହେର। ସେମାନଙ୍କ ପାଖରୁ ୨ଲକ୍ଷ ୬ଶହ ଜାଲନୋଟ ଜବତ ହୋଇଛି। କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ଡିଏସ୍‌ପି ଅରୁଣ କୁମାର ସାହୁଙ୍କ ନେତୃତ୍ୱରେ ୭ଜଣିଆ ଟିମ୍‌ ବରଗଡ଼ ବରପାଲି, ଛତିଶଗଡ଼ ଆଦି ସ୍ଥାନରେ ଚଢାଉ କରି ଏହି ସଫଳତା ପାଇଥିଲେ। ବରଗଡ଼ ସଦର ପୋଲିସ ଏକ ମାମଲା ନଂ(୯୪/୨୦୨୦) ରୁଜୁ କରି ତଦନ୍ତ ଜାରି ରଖିଛି।

Share This Article
Leave a Comment