ପୁରୀ : ପୁରୀ ସହରକୁ ଭିକାରିମୁକ୍ତ କରିବା ଲାଗି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ପାଇଲଟ ପ୍ରୋଜେକ୍ଟ ସକ୍ଷମ ଯୋଜନା ଆରମ୍ଭ ହୋଇଛି। ମଙ୍ଗଳବାର ପ୍ରଥମ ଡ୍ରାଇଭ୍ରେ ସିଂହଦ୍ୱାର ସମ୍ମୁଖରେ ବସିଥିବା ଭିକାରିମାନଙ୍କୁ କାଉନ୍ସେଲିଂ କରାଯାଇଛି। କାଉନ୍ସେଲିଂ ପରେ ଏମାନଙ୍କୁ ନୀଳାଦ୍ରି ନିଳୟକୁ ପଠାଯିବ। ଦାୟିତ୍ୱରେ ଥିବା ପ୍ରଶାସନିକ ଅଧିକାରୀ ଏବଂ ସ୍ବେଚ୍ଛାସେବୀ ସଂଗଠନର କର୍ମକର୍ତ୍ତାମାନେ ଏହି କାଉନ୍ସେଲିଂ କାର୍ଯ୍ୟ ଜାରି ରଖିଛନ୍ତି। ରାଜ୍ୟ ସରକାରଙ୍କ ଭିନ୍ନକ୍ଷମ ସଶକ୍ତୀକରଣ ଓ ସାମାଜିକ ସୁରକ୍ଷା ବିଭାଗ ସହାୟତାରେ ଆରମ୍ଭ ହୋଇଥିବା ଏହି ଯୋଜନାରେ ପୁରୀ ଜିଲାର ବିଭିନ୍ନ ସ୍ଥାନରେ ୮ଟି ନୀଳାଦ୍ରି ନିଳୟ(ଭିକାରି ପୁନର୍ବାସ ଗୃହ) କାର୍ଯ୍ୟକ୍ଷମ ହେବ ବୋଲି ନିଷ୍ପତ୍ତି ହୋଇଛି। ପ୍ରଥମ ପର୍ଯ୍ୟାୟରେ ୬ଟି ନୀଳାଦ୍ରି ନିଳୟ କାର୍ଯ୍ୟକ୍ଷମ କରୁଛି। ପ୍ରତ୍ୟେକ ଗୃହରେ ୫୦ଜଣ ଭିକାରିଙ୍କ ରହିବା, ଖାଇବା ସହିତ ସେମାନଙ୍କୁ ସମାଜର ମୁଖ୍ୟ ଶ୍ରୋତକୁ ଫେରାଇ ଆଣିବା ଲାଗି ବ୍ୟବସ୍ଥା କରାଯାଇଛି।
ପୁରୀକୁ ଭିକାରିମୁକ୍ତ ପ୍ରକ୍ରିୟା ଆରମ୍ଭ
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- aviator_jgmr on ୟୁନିୟନ୍ ବ୍ୟାଙ୍କରେ ରହିବ ମହାପ୍ରଭୁଙ୍କ ଟଙ୍କା
- LarryMuh on “ସମ୍’ରେ ୫୨୦ ବେଡ୍ ବିଶିଷ୍ଟ କୋଭିଡ୍-୧୯ ହସ୍ପିଟାଲ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
- aviator_rxKi on ବିଧାନସଭା ପରେ ରାଜମହଲ,ବାପୁଜୀନଗର ଏବଂ ଜନପଥ ଅଞ୍ଚଳରେ ଚାଲିଛି ସାନିଟାଇଜେସନ
- JustinThype on ଭଦ୍ରକ ଲୋକସଭା କ୍ଷେତ୍ରରେ ଆଶାୟୀ ପ୍ରାର୍ଥୀଙ୍କୁ ନେଇ ଚର୍ଚ୍ଚା
- LarryMuh on ତେଲେଙ୍ଗାନା ଏନ୍କାଉଣ୍ଟର: ପୁଣିଥରେ ବ୍ୟବଚ୍ଛେଦ ହେବ ଅପରାଧୀଙ୍କ ସଂରକ୍ଷିତ ମୃତଦେହ
