୫୦୨ଜଣଙ୍କ ଉପରେ ୩.୭୫ ଲକ୍ଷ ଜରିମାନା କଲା ପୋଲିସ

Odisha Hot News
1 Min Read

ଭୁବନେଶ୍ୱର : କମିଶନରେଟ ପୋଲିସ ପକ୍ଷରୁ ୫୦୨ଜଣ ବେପରୁଆ ଗାଡି ଚାଳକଙ୍କୁ ଚିହ୍ନଟ କରି ୩ଲକ୍ଷ ୭୫ହଜାର ଟଙ୍କାର ଜରିମାନା କରିଛି ଟ୍ରାଫିକ ପୋଲିସ। ରଙ୍ଗରୁଟରେ ଯାଉଥିବାରୁ ୨୩ ଗାଡି ଜବତ କରାଯାଇଛି, ବେଆଇନ ପାର୍କିଂ ପାଇଁ ୩୫ ଜଣଙ୍କୁ ଜରିମାନା, ସିସିଟିଭି ଦ୍ୱାରା ୧୪୧ ଜଣଙ୍କୁ ଚିହ୍ନଟ କରାଯାଇ ଚାଲାଣ କଟାଯାଇଛି। ସେହିଭଳି ୮୭ଜଣ ବିନା ହେଲମେଟ୍‌ରେ ଯାଉଥିବାବେଳେ ଧରାପଡି ଜରିମାନା ଦେଇଛନ୍ତି। ୨୩ଜଣ ୪ ଚକିଆରେ ସିଟ୍‌ବେଲ୍ଡ ବାନ୍ଧି ନ ଥିବାରୁ ଓ ବାଇକରେ ୩ଜଣ ବସି ଯାଉଥିବାବେଳେ ୩୩ଜଣ ଧରାପଡି ଜରିମାନା ଗଣିଥିବା କମିଶନରେଟ ପୋଲିସ ପକ୍ଷରୁ କୁହାଯାଇଛି। ଏହାସହ ସୋମବାରଠାରୁ ମୋବାଇଲ୍‌ ଫୋନ୍‌ରେ କଥା ହୋଇ ଓ ରଙ୍ଗ୍‌ସାଇଡ୍‌ ଗାଡି ଚାଳନା ଉପରେ ଅଧିକ ଫୋକସ ଦିଆଯିବ ବୋଲି ଟ୍ରାଫିକ୍‌ ଡିସିପି ସାଗରିକା ନାଥ କହିଛନ୍ତି।

Share This Article
Leave a Comment