ଗାନ୍ଧୀ ଶାନ୍ତି କେନ୍ଦ୍ର’କୁ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

Odisha Hot News
1 Min Read

ଭୁବନେଶ୍ୱର: ଭୁବନେଶ୍ୱର ଖଣ୍ଡଗିରିଠାରେ ଶନିବାର ଗାନ୍ଧି ଶାନ୍ତି କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦ୍‌ଘାଟନ କରି ଓଡ଼ିଶାବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଛି। ୫ ଏକର ଜମିରେ ସ୍ଥାପିତ ଗାନ୍ଧି ଶାନ୍ତି କେନ୍ଦ୍ର ଆଦିତ୍ୟ ବିର୍ଲା ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ପ୍ରତିଷ୍ଠିତ ହୋଇଛି। ଏହି କେନ୍ଦ୍ର ଯୁବପିଢ଼ିଙ୍କୁ ବାପୁଙ୍କୁ ଅହିଂସା ନୀତି ଓ ଆଦର୍ଶ ବିଷୟରେ ଜଣାଇବ ବୋଲି ଆଶା ରଖାଯାଇଛି।

ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହି ସଂଗ୍ରହାଳୟରେ ଗାନ୍ଧିଜୀଙ୍କ ସ୍ମୃତି ଚିହ୍ନ ରହିଛି। ହିନ୍ଦି, ଇଂରାଜୀ ଓ ଓଡ଼ିଆ ଭାଷାରେ ଏହା ମହାତ୍ମାଙ୍କ କାହାଣୀ କହିବ। ୨୦୧୩ରେ ଆଦିତ୍ୟ ବିର୍ଲା ଫାଉଣ୍ଡେଶନ ସହ ଏଥିନେଇ ଚୁକ୍ତିନାମା ହୋଇଥିଲା। ଗାନ୍ଧୀଜିଙ୍କ ୧୫୦ତମ ଜନ୍ମବାର୍ଷିକୀରେ ଏହା ଏକ ସ୍ମାରକୀ ସାଜିବ। ଏହି କେନ୍ଦ୍ର ଲୋକଙ୍କୁ ଗାନ୍ଧୀଙ୍କ ବିଷୟରେ ସଚେତନ କରିବ। ତାଙ୍କ ଆଦର୍ଶର ଗଭୀରତାକୁ ଉପଲବ୍ଧି କରିବାକୁ ଅନୁପ୍ରେରିତ କରିବ। ଅହିଂସା ବିଶ୍ୱସ୍ତରୀୟ ହୋଇସାରିଛି, ଏହା ଭାରତୀୟତାର ପରିଚୟ। ସମ୍ବିଧାନରେ ଅହିଂସାକୁ ସ୍ଥାନିତ କରିବାକୁ ଦାବି କରିଛି ବୋଲି ସେ କହିଛନ୍ତି।

Share This Article
Leave a Comment