ଭୁବନେଶ୍ବର : ଆସନ୍ତାକାଲି ବିଶ୍ବ କର୍କଟ ଦିବସ। ବିଶ୍ବବ୍ୟାପୀ କର୍କଟ ରୋଗର ଭୟାବହତା ସଂପର୍କରେ ଲୋକମାନଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ଏହାକୁ ପାଳନ କରାଯାଉଛି। ଦିନକୁ ଦିନ କର୍କଟ ରୋଗ ବଢ଼ି ଚାଲିଥିବା ବେଳେ ଲୋକମାନେ କିଭଳି ଏହାଠାରୁ ସଚେତନ ରହିପାରିବେ ଏହି ଦିବସରେ ଗୁରୁତ୍ବ ଦିଆଯାଇଥାଏ।
ରାଜ୍ୟରେ ମଧ୍ୟ ଦିନକୁ ଦିନ କର୍କଟ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ରାଜ୍ୟରେ ବର୍ଷକୁ ପ୍ରାୟ ୪୫-୫୦ହଜାର ନୂତନ କର୍କଟ ରୋଗୀଙ୍କୁ ଚିହ୍ନଟ କରାଯାଉଛି। ଏ ପର୍ଯ୍ୟନ୍ତ ରାଜ୍ୟରେ ୧.୮ଲକ୍ଷ କର୍କଟ ଆକ୍ରାନ୍ତ ରହିଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ଆକ୍ରାନ୍ତଙ୍କ ମଧ୍ୟରୁ ସର୍ବାଧିକ ମୁଖ ଗହ୍ବର କର୍କଟ ଥିବା ବେଳେ ଏହା ପଛକୁ ରହିଛି ସ୍ତନ ଓ ଜରାୟୁ କର୍କଟ। ରାଜ୍ୟରେ କର୍କଟ ରୋଗ ପାଇଁ କଟକସ୍ଥିତ ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ ରୋଗ ପ୍ରତିଷ୍ଠାନ ରହିଛି। ତେବେ ସେଠାରେ ରୋଗୀଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି। ତେଣୁ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରୁ ଭିଡ଼ କମାଇବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି।
ତେବେ ମହିଳାଙ୍କ କ୍ଷେତ୍ରରେ ସ୍ତନ ଓ ଜରାୟୁ କର୍କଟ ଦିନକୁ ଦିନ ବୃଦ୍ଧି ପାଉଛି। ସ୍ତନ କର୍କଟର ଚିହ୍ନଟ ପାଇଁ ରାଜ୍ୟର ୪ଟି ମେଡିକାଲ କଲେଜରେ ମାମୋଗ୍ରାଫି ମେସିନ୍ ଲଗାଯିବ। କୋରାପୁଟ, ବାରିପଦା, ବୁର୍ଲା ଓ ବ୍ରହ୍ମପୁରସ୍ଥିତ ମେଡିକାଲ କଲେଜରେ ଆସନ୍ତା ୬ମାସ ଭିତରେ ଏହି ମେସିନ୍ କାର୍ଯ୍ୟ କରିବ। ଏଥିପାଇଁ ୭ କୋଟି ଟଙ୍କା ଖର୍ଚ ହେବ। ରାଜ୍ୟ ମେଡିକାଲ ନିଗମ ଜରିଆରେ ଏହି ମେସିନ୍ କିଣାଯିବାକୁ ନିଷ୍ପତ୍ତି ହୋଇଛି। ଏହାସହ ଜରାୟୁ କର୍କଟକୁ ଚିହ୍ନଟ କରିବା ପାଇଁ ଏସ୍ସିବି ମେଡିକାଲ କଲେଜରେ ବାଇଓ କେମିଷ୍ଟ୍ରି ବିଭାଗ ରହିଛି। କର୍କଟ ରୋଗ ହେବା ପୂର୍ବରୁ ଚିହ୍ନଟ କରାଯିବାର ବ୍ୟବସ୍ଥା ରହିଛି।
ଅପରପକ୍ଷରେ କ୍ୟାପିଟାଲ ହସ୍ପିଟାଲରେ ଏବେ କର୍କଟ ରୋଗ ପାଇଁ ଡେ କେୟାର ସେଣ୍ଟର ରହିଛି। ଆଗକୁ ସେଠାରେ ଲେଭଲ-୨ର କର୍କଟ ପ୍ରତିଷ୍ଠାନ ନିର୍ମାଣ କରାଯିବ। ୫୦ଶଯ୍ୟା ବିଶିଷ୍ଟ ଏହି ପ୍ରତିଷ୍ଠାନରେ କର୍କଟ ରୋଗର ଅତ୍ୟାଧୁନିକ ଚିକିତ୍ସା ପ୍ରଦାନ କରାଯିବ। ଏଥିପାଇଁ ୪ଟି ଓଟି ନିର୍ମାଣ କରାଯିବ। ୨୦୧୯/୨୦ ଆର୍ଥିକ ବର୍ଷରେ ଏଥିପାଇଁ ୩୮ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ପୂର୍ତ ବିଭାଗ ଆସନ୍ତା ୨ବର୍ଷ ଭିତରେ ଏହାର ନିର୍ମାଣ କାର୍ଯ୍ୟ ଶେଷ କରିବା ପାଇଁ ଲକ୍ଷ୍ୟ ରଖିଛି। ଏହି ସମୟରେ ଆବଶ୍ୟକ ଯନ୍ତ୍ରପାତି ଓ ପ୍ରତିଷ୍ଠାନ ପାଇଁ ଜରୁରୀ ପଦବି ସୃଷ୍ଟି କରାଯିବା ପାଇଁ ପଦକ୍ଷେପ ଗ୍ରହଣ କରାଯିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି। ଆସନ୍ତା ୫ବର୍ଷ ଭିତରେ ଏକାଧିକ ପ୍ରତିଷ୍ଠାନ କାର୍ଯ୍ୟକ୍ଷମ ହେବା ପରେ ରାଜ୍ୟରେ କର୍କଟ ରୋଗର ଅତ୍ୟାଧୁନିକ ଚିକିତ୍ସା ହୋଇପାରିବ ବୋଲି ଅଧିକାରୀ ଜଣକ ସୂଚନା ଦେଇଛନ୍ତି।

Vavada to znane kasyno online, które działa również w Polsce. Strona przyciąga graczy szeroką ofertą gier, przejrzystymi warunkami i obsługą w PLN (zł). Bonus powitalny oraz intuicyjna obsługa sprawiają, że platforma zdobyła popularność wśród polskich użytkowników.