ରାଉରକେଲା : କରୋନା ଭାଇରସ ନେଇ ବିଶ୍ୱବ୍ୟାପୀ ଭୟର ବାତାବରଣ ସୃଷ୍ଟି ହୋଇଛି ା ଏହି ପରିପ୍ରେକ୍ଷୀରେ ରାଉରକେଲାସ୍ଥିତ ନ୍ୟାଶନାଲ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି(ଏନଆଇଟି)ର ଜଣେ ଛାତ୍ର ଓ ତାଙ୍କ ସହଯୋଗୀ ଏକ ମୋବାଇଲ ଆପ୍ ଡେଭଲପ୍ କରିଛନ୍ତି। ଯାହାଦ୍ୱାରା ଜଣଙ୍କୁ ସନ୍ଧିଗ୍ଧ କରୋନା ସଂକ୍ରମିତ ବୋଲି ଚିହ୍ନଟ କରାଯାଇ ପାରିବ। ମାତ୍ର ଏହାପରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଡାକ୍ତରଖାନା ଯାଇ ସ୍ବାସ୍ଥ୍ୟ ପରୀକ୍ଷା କରାଇବାକୁ ପଡିବ। ତେବେ ଏହାର ସମ୍ପୂର୍ଣ୍ଣ କାର୍ଯ୍ୟକାରିତା ନେଇ ଆସନ୍ତା ଦିନେ,ଦୁଇଦିନ ମଧ୍ୟରେ ତଥ୍ୟ ବା ଏହି ଆପ୍ ସାର୍ବଜନୀନ ହେବ ବୋଲି ସମ୍ପୃକ୍ତ ଛାତ୍ର ଜଣକ କହିଛନ୍ତି।
ଏନ୍ଆଇଟି ତୃତୀୟ ବର୍ଷ ହ୍ୟୁମାନିଟିଜ୍ ବିଭାଗ ତଥା କମ୍ପ୍ୟୁଟର ବ୍ୟାକ୍ଗ୍ରାଉଣ୍ଡ ଥିବା ଛାତ୍ର ବିନୀତ କୁମାର(୩୧) ଗତ ୩ ସପ୍ତାହ ଧରି ଏହା ଉପରେ ଗବେଷଣା କରୁଥିଲେ। ଏଥିରେ ତାଙ୍କୁ ସଫଳତା ମିଳିଥିବା ସେ ପରୋକ୍ଷରେ ଦାବି କରିଛନ୍ତି। ପ୍ରଥମେ ଏହି ଆପ୍କୁ ଏକ ନିର୍ଦ୍ଦିଷ୍ଟ ସଫ୍ଟୱେର ମାଧ୍ୟମରେ ମୋବାଇଲରେ ଡାଉନ୍ଲୋଡ କରିବାକୁ ହେବ। ୨ ଦିନ ପରେ ଏହା ଆକ୍ଟିଭେଟ୍ ହୋଇଯିବ। ପରେ ଆଇଆର ସେନ୍ସର ମାଧ୍ୟମରେ କାମ କରୁଥିବା ଏହି ଆପ୍ରେ ନିଜ ଫଟୋ ଉଠାଇ ଏଥିରେ ଅପ୍ଲୋଡ କରିବାକୁ ପଡିବ। ଏଥିରୁ ବଡି ଟେମ୍ପରେଚର ସହ କରୋନାର ହିଟ୍ ପ୍ରୋଫାଇଲକୁ ମ୍ୟାଚ୍ କରାଇବାକୁ ପଡିବ। ଫଳରେ ଜଣକୁ କେବଳ ସନ୍ଧିଗ୍ଧ କରୋନା ଆକ୍ରାନ୍ତ ବୋଲି ମୌଖିକ ଭାବେ ଚିହ୍ନଟ କରାଯାଇ ପାରିବ। ଚୂଡାନ୍ତ ଭାବେ ଜଣେ କରୋନା ଆକ୍ରାନ୍ତ କି ନୁହେଁ ତାହା ଏଥିରୁ ସ୍ପଷ୍ଟ ହେବା ଭଳି ବ୍ୟବସ୍ଥା ନାହିଁ। ଜଣଙ୍କୁ ଭାଇରାଲ ଫିଭର ହୋଇଛି ନା କରୋନା ତାହା କେବଳ ସନ୍ଦେହ ପରିସରଭୁକ୍ତ ହୋଇପାରିବ। ପରବର୍ତ୍ତୀ ଅବସ୍ଥାରେ ଜଣେ ଡାକ୍ତରଖାନା ଯାଇ ନିଜ ସନ୍ଦେହ ଦୂର କରିପାରିବ ବୋଲି କୁମାର କହିଛନ୍ତି। ତେବେ ଏନ୍ଆଇଟି ପକ୍ଷରୁ ଏନେଇ କୌଣସି ସୂଚନା ପ୍ରଦାନ କରାଯାଇ ନାହିଁ।

Cześć! Mamy ogromną przyjemność powitać Cię na oficjalnej, całkowicie legalnej witrynie Vavada Net PL Casino, stworzonej specjalnie z myślą o polskich graczach! Nasze kasyno znajduje się pod adresem Szwoleżerów 1, 00-467 Warszawa, Polska. Numer telefonu: +48505490512. Możesz je odwiedzać przez całą dobę, 7 dni w tygodniu, i bez żadnych problemów grać na złoty w takie klasyczne gry jak Tetri Mania czy Lucky 81 od 1 grosza!