ନୂଆଦିଲ୍ଲୀ : ବ୍ୟାଙ୍କ କର୍ମଚାରୀମାନଙ୍କ ବେତନ ସଂଶୋଧନ ଦାବିରେ ଦେଶର ୧୦ ଲକ୍ଷ ବ୍ୟାଙ୍କ କର୍ମଚାରୀ ଆଜି ଠାରୁ ଦୁଇଦିନିଆ ବ୍ୟାଙ୍କ ଧର୍ମଘଟ କରୁଛନ୍ତି। ଫଳରେ ଜାନୁଆରୀ ମାସର ଶେଷଦିନ (୩୧) ଓ ଫେବୃଆରୀ ପହିଲା (୧ ତାରିଖ) ଦୁଇଦିନ ବ୍ୟାଙ୍କ ବନ୍ଦ ରହିବ। ଏହି କାର୍ଯ୍ୟବନ୍ଦ ଆନ୍ଦୋଳନରେ ଉଭୟ ସରକାରୀ ଓ ବେସରକାରୀ ବ୍ୟାଙ୍କର କର୍ମଚାରୀମାନେ ସାମିଲ ହେଉଥିବା ଜଣାପଡିଛି। ଏକାଧିକ ବାର ଇଣ୍ଡିଆନ୍ ବ୍ୟାଙ୍କ ଆସୋସିଏସନ୍(ଆଇବିଏ) ସହିତ ଆଲୋଚନା ହୋଇଥିବାବେଳେ କୌଣସି ନିର୍ଯ୍ୟାସ ନ ବାହାରିବାରୁ ପୂର୍ବ ନିର୍ଦ୍ଧାରିତ ଘୋଷଣା ଅନୁଯାୟୀ ପୁଣିଥରେ ସର୍ବଭାରତୀୟ ବ୍ୟାଙ୍କ କର୍ମଚାରୀ ସଂଗଠନ(ଏଆଇବିଇଏ) କାର୍ଯ୍ୟବନ୍ଦ କରିବାକୁ ଯାଉଥିବା ସଂଗଠନର ମୁଖ୍ୟ ଭେଙ୍କଟଚଲାମ୍ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଆଇବିଏ ପକ୍ଷରୁ କୁହାଯାଇଛି ଯେ, ସଂଯୁକ୍ତ ବ୍ୟାଙ୍କ ସଂଗଠନ ଫୋରମ୍ ସହିତ ଆଜି ଆଲୋଚନା କରାଯାଇ କର୍ମଚାରୀଙ୍କୁ ପାରଦର୍ଶିତା ଆଧାରରେ ୧୯ ପ୍ରତିଶତ ବେତନ ବୃଦ୍ଧି କରିବାକୁ ରାଜି ହୋଇଥିଲେ ବି ଏହାକୁ ଫୋରମ୍ ଗ୍ରହଣ କରି ନାହାନ୍ତି। ଅନ୍ୟପକ୍ଷରେ ଫୋରମ୍ର ଯୁକ୍ତି ଅନୁଯାୟୀ, ବ୍ୟାଙ୍କ କର୍ମଚାରୀଙ୍କ ଦାବିକୁ ଆଇବିଏ ସହୃଦୟତାର ସହ ବିଚାର କରୁ ନଥିବାରୁ ପୁନର୍ବାର କାର୍ଯ୍ୟବନ୍ଦ ଡାକରା ଦିଆଯାଇଛି।
ଆଜିଠୁ ଦୁଇଦିନିଆ ବ୍ୟାଙ୍କ ଧର୍ମଘଟ
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- mostbet_esot on କାମ ଦେଲାନି ମୋଦୀ ଯାଦୁ : ପଞ୍ଚମ ଥର ନବୀନ; ବିଜେପି ନିଷ୍ପ୍ରଭ, ମାଟି କାମୁଡ଼ିଲା କଂଗ୍ରେସ
- mostbet_wkot on ପାଗଳ କରିଛି ଧନୀ ହେବା ନିଶା; ବିଶାକ୍ତ ସାପ ପଛରେ ଧାଇଁଛନ୍ତି ଶହ ଶହ ଯୁବକ !
- 1xbet_wqKl on ଆଜି କ୍ୱାଟର ଫାଇନାଲରେ ମୁହାଁମୁହିଁ ହେବେ : ଆର୍ଜେଣ୍ଟିନା-ଇଂଲଣ୍ଡ, ଅଷ୍ଟେଲିଆ-ଫ୍ରାନ୍ସ !
- 1win_lePt on ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସ ଜର୍ସି, ମାସ୍କଟ ଉନ୍ମୋଚିତ: ‘ଭାରତ ହେବ କ୍ରୀଡ଼ାର ମହାଶକ୍ତି’
- AndreMum on ଆଜିର ରାଶିଫଳ
