ଫେବୃୟାରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା

Odisha Hot News
0 Min Read

କଟକ : ଆସନ୍ତା ଫେବୃୟାରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା ଆରମ୍ଭ ହେବ। ଏହା ମାର୍ଚ୍ଚ ୨ ପର୍ଯ୍ୟନ୍ତ ପରୀକ୍ଷା ଚାଲିବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ମଙ୍ଗଳବାର ସୂଚନା ଦିଆଯାଇଛି। ପରୀକ୍ଷା ସକାଳ ୧୦ଟାରୁ ଆରମ୍ଭ ହୋଇ ଦିନ ୧୨.୩୦ରେ ଶେଷ ହେବ। ତେବେ ଗଣିତ ପରୀକ୍ଷା ଦିନ ଛାତ୍ରୀଛାତ୍ରଙ୍କୁ ଅଧିକ ୧୫ ମିନିଟ୍‌ ସମୟ ଦିଆଯିବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି। ଫେବୃୟାରୀ ୧୯ରେ ଓଡ଼ିଆ, ୨୨ରେ ଇଂରାଜୀ, ୨୪ ସଂସ୍କୃତ/ହିନ୍ଦୀ, ୨୬ରେ ଗଣିତ, ୨୮ରେ ସାଧାରଣ ବିଜ୍ଞାନ, ମାର୍ଚ୍ଚ ୨ରେ ସାମାଜିକ ବିଜ୍ଞାନ ପରୀକ୍ଷା ହେବ ବୋଲି ଜଣାପଡିଛି।

Share This Article
Leave a Comment