ସୂର୍ଯ୍ୟୋପରାଗ ପାଇଁ ଆସନ୍ତା ୨୬ ତାରିଖରେ ଛୁଟି ଘୋଷଣା କଲେ ରାଜ୍ୟ ସରକାର

Odisha Hot News
1 Min Read

 

ଭୁବନେଶ୍ବର: ଆସନ୍ତା ୨୬ ତାରିଖ ରାଜ୍ୟର ସ୍କୁଲ୍‌, କଲେଜ ଓ ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି ରହିବ। ରାଜ୍ୟ ସରକାର ସୂର୍ଯ୍ୟୋପରାଗ ପାଇଁ ଏହି ଛୁଟି ଘୋଷଣା କରିଛନ୍ତି। ସୂର୍ଯ୍ୟୋପରାଗ ପାଇଁ ରାଜ୍ୟ ସରକାର ଛୁଟି ଘୋଷଣା କରିଛନ୍ତି ବୋଲି ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ପ୍ରଦାନ କରିଛନ୍ତି।

 ଜ୍ୟୋତିର୍ବିଜ୍ଞାନୀଙ୍କ କହିବା ଅନୁସାରେ ଏହି ପରାଗ ଆଂଶିକ ହେବ । ଗ୍ରହଣ ସମୟରେ ସୂର୍ଯ୍ୟ ଏକ ଆଙ୍ଗୁଠି ଆକୃତିର ଦେଖାଯିବେ । ଏହାକୁ ବଳୟାକାର ସୂର୍ଯ୍ୟୋପରାଗ ମଧ୍ୟ କୁହାଯାଏ । ଗୁରୁବାର ସକାଳ ୮ଟା ୧୭ ମନିଟରୁ ସୂର୍ଯ୍ୟୋପରାଗ ଆରମ୍ଭ ହୋଇ ୯ଟା ୩୧ ବେଳକୁ ପୂର୍ଣ୍ଣଗ୍ରାସ ହେବ ଏବଂ ଦିନ ୧୦ଟା ୫୭ ମିନିଟ୍‌ରେ ସର୍ବମୋକ୍ଷ ହେବ ।

୧୯୬୨ ମସିହାରେ ଏଭଳି ସୂର୍ଯ୍ୟୋପରାଗ ଦୃଶ୍ୟ ହୋଇଥିଲା । କର୍କଟ, ସିଂହ, ତୁଳା, କନ୍ୟା, ବିଛା ଓ କୁମ୍ଭ ରାଶି ବ୍ୟକ୍ତିମାନଙ୍କ ପାଇଁ ଶୁଭ ହେବ। ଅନ୍ୟ ରାଶି ମାନଙ୍କ ପାଇଁ ଅଶୁଭ ରହିବ। ପରାଗ ସମୟରେ ୨୫ ତାରିଖ ୮ଟା ୨୦ ମିନିଟ୍‌ ପରେ ପାକ ତ୍ୟାଗ ନିଷିଦ୍ଧ କରାଯାଇଛି। ଏହି ସମୟରେ ସମସ୍ତ ଦେବନୀତି ନିଷେଧ ରହିବ। ସୂର୍ଯ୍ୟପରାଗ ପାଇଁ ଆସନ୍ତା ୨୬ ତାରିଖରେ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର।

Share This Article
Leave a Comment