କଟକ : କୁନ୍ଦୁଲି ନାବାଳିକା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଏସ୍ଆଇଟି ରିପୋର୍ଟ ହାଇକୋର୍ଟରେ ଦାଖଲ ହୋଇଛି। ଜଉ ମୁଦା ଲଫାପାରେ କୋର୍ଟରେ ରିପୋର୍ଟ ଦାଖଲ ହେବା ସହ ଚୂଡ଼ାନ୍ତ ରିପୋର୍ଟ ପାଇଁ ଏସ୍ଆଇଟି ଟିମ୍ ଆଉ ସପ୍ତାହେ ମାଗିଛି। ଏଥିପାଇଁ ଡିସେମ୍ବର ୨୩ ପର୍ଯ୍ୟନ୍ତ ଏସ୍ଆଇଟିକୁ ସମୟ ଦେଇଛନ୍ତି ହାଇକୋର୍ଟ। ଏନେଇ ପୀଡ଼ିତାଙ୍କ ପକ୍ଷରୁ ଲଢୁଥିବା ଓକିଲ ଶ୍ରୀଜୀ ଭାଉସାର ସୂଚନା ଦେଇଛନ୍ତି। କୁନ୍ଦୁଲି ମାମଲାର ତଦନ୍ତ ପାଇଁ ୩ଟି ରେଞ୍ଜର ୩ ଜଣ ଡିଆଇଜିଙ୍କୁ ନେଇ ଏସ୍ଆଇଟି ଗଠନ କରିଥିଲେ ହାଇକୋର୍ଟ। .କୋରାପୁଟ୍ ଜିଲ୍ଲା କୁନ୍ଦୁଲିରେ ଘଟିଥିଲା ଏହି ଲୋମହର୍ଷଣ ଘଟଣା। ଝିଅଟି ସ୍କୁଲରୁ ଘରକୁ ଫେରୁଥିବା ବେଳେ ଯବାନଙ୍କ ପୋଷାକ ପିନ୍ଧିଥିବା କେତେକ ଲୋକ ତାଙ୍କୁ ଟେକି ନେଇ ଜଙ୍ଗଲ ଭିତରେ ଗଣ ଦୁଷ୍କର୍ମ କରଥିଲେ। ଏହି ସମୟରେ ସେହି ରାସ୍ତା ଦେଇ ଲୋକମାନେ ଚାଲି ଆସିବାରୁ ଅଭିଯୁକ୍ତମାନେ ସେଠାରୁ ଚମ୍ପଟ ମାରିଥିଲେ। ପରେ ପୀଡ଼ିତାଙ୍କୁ କୁନ୍ଦୁଲି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ନ୍ୟାୟ ମାଗି ଶେଷରେ ପୀଡ଼ିତା ଆତ୍ମହତ୍ୟା କରିଥିଲା।ଏହି ଘଟଣାର ତଦନ୍ତ ସିବିଆଇ ଦ୍ୱାରା କରିବାକୁ ପୀଡ଼ିତାଙ୍କ ପରିବାର ଲୋକେ କୋର୍ଟରେ ଆବେଦନ କରିଥିଲେ। କୋର୍ଟ ଏହି ଆବେଦନକୁ ଅଗ୍ରାହ୍ୟ କରି ଏସ୍ଆଇଟି ଦ୍ୱାରା ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ। ଯାହାର ରିପୋର୍ଟ ଆଜି ଦାଖଲ ହୋଇଛି।
କୁନ୍ଦୁଲି ମାମଲାରେ ହାଇକୋର୍ଟରେ ଦାଖଲ ହେଲା ଏସ୍ଆଇଟି ରିପୋର୍ଟ
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- * * * $3,222 deposit available! Confirm your operation here: http://assaafahotels.com/index.php?snvjvc * * * hs=fd2b556f29fbb213f03b797a2080edf6* ххх* on Searching for the ‘angel’ who held me on Westminster Bridge
- ClaytonPer on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- القرفة للتنحيف on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
