ଭୁବନେଶ୍ବର: ବର୍ଷିୟାନ ଅଭିନେତ୍ରୀ ଝରଣା ଦାସ ଆଉ ନାହାନ୍ତି। ଗତକାଲି ବିଳମ୍ବିତ ରାତିରେ କଟକ ଚଣ୍ଡୀ ଛକ ନିକଟସ୍ଥ ବାସଭବନରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟ ବେଳକୁ ତାଙ୍କୁ ୮୨ ବର୍ଷ ହୋଇଥିଲା। ବେତାରରେ ସେ ବେଶ ଲୋକପ୍ରିୟ ହେବା ପରେ ଷାଠିଏ ଦଶକରେ ସେ ଚଳଚ୍ଚିତ୍ର ଜଗତରେ ପାଦ ଥାପିଥିଲେ। ଏହାଛଡ଼ା ସେ ବେଶ କେତୋଟି ଧାରାବାହିକରେ ବି ଅଭିନୟ କରିଥିଲେ।ଜଣାଶୁଣା ଅଭିନେତ୍ରୀ ଝରଣା ଦାସ ଶ୍ରୀଜଗନ୍ନାଥ, ନାରୀ, ଅଦିନମେଘ, ଅମଡ଼ାବାଟ, ଅଭିନେତ୍ରୀ, ମହ୍ଲାଜହ୍ନ, ହିସାବନିକାଶ, ପୂଜାଫୁଲ, ସମୟ ବଡ଼ ବଳବାନ, ଆ ଜହ୍ନରେ ଲେଖିବା ନାଆଁ ଏବଂ ହୀରାନୀଳା ଆଦି ସିନେମାରେ ଅଭିନୟ କରି ବେଶ୍ ଲୋକପ୍ରିୟତା ହାସଲ କରିଥିଲେ।
ସେ କଟକ ଆକାଶବାଣୀରେ ଜଣେ ବିଶିଷ୍ଟ ଶିଶୁ କଳାକାର ଭାବେ ପ୍ରଥମେ ଶ୍ରୋତାଙ୍କ ନିକଟରେ ପରିଚିତ ହୋଇଥିଲେ। ପରେ ସେ ଓଡ଼ିଶାର ଖ୍ୟାତନାମା ନୃତ୍ୟ ଗୁରୁ କେଳୁଚରଣ ମହାପାତ୍ରଙ୍କଠାରୁ ଓଡ଼ିଶୀ ଶିକ୍ଷା ଲାଭ କରିଥିଲେ। ଆକାଶବାଣୀ କଟକରେ ଘୋଷିକା ଭାବେ କାର୍ଯ୍ୟ କରିଥିଲେ। ନିଜର ମଧୁର କଣ୍ଠସ୍ବର ଲାଗି ଶ୍ରୋତାଙ୍କ ନିକଟତର ହୋଇଥିଲେ ଝରଣା ଦାସ। ଏହାଛଡ଼ା ସେ ବହୁ ବେତାର ନାଟକରେ ବି ଅଭିନୟ କରି ଶ୍ରୋତାଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ।
‘ଜୟଦେବ’ ପୁରସ୍କାରପ୍ରାପ୍ତ ବର୍ଷିୟାନ ଅଭିନେତ୍ରୀ ଝରଣା ଦାସଙ୍କ ପରଲୋକ

Comment