ଉଦଳା: ଭିଜିଲାନ୍ସ ଜାଲରେ ଯନ୍ତ୍ରୀ । ଉଦଳା RWSSର ସହକାରୀ ନିର୍ବାହୀ ଯନ୍ତ୍ରୀ ରବି ନାରାୟଣ ପଣ୍ଡାଙ୍କ ଘରେ ରେଡ୍ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚାଲିଛି ଚଢାଉ। ଭୁବନେଶ୍ୱରର ୪ଟି ସ୍ଥାନ ସମେତ ମୋଟ ୮ଟି ସ୍ଥାନରେ ରେଡ୍ । କେନ୍ଦ୍ରାପଡା ଓ ମୟୂରଭଞ୍ଜର ୨ଟି ଲେଖାଏ ସ୍ଥାନରେ ରେଡ୍ ଚାଲିଛି । ଭୁବନେଶ୍ୱର ଭିଜିଲାନ୍ସର ସ୍ୱତନ୍ତ୍ର ବିଚାରପତିଙ୍କ ସର୍ଚ୍ଚ ୱାରେଣ୍ଟର ଆଦେଶ ବଳରେ ଏହି ଚଢ଼ାଉ କରାଯାଉଥିବାର ସୂଚନା ରହିଛି। ଜଣେ ଅତିରିକ୍ତ ଏସପି, ୮ ଜଣ ଡିଏସପି, ୫ ଇନ୍ସପେକ୍ଟର, ଜଣେ ସବ୍-ଇନ୍ସପେକ୍ଟର, ୧୧ ଏଏସଆଇ ଏବଂ ଅନ୍ୟାନ୍ୟ କର୍ମଚାରୀଙ୍କୁ ନେଇ ଭିଜିଲାନ୍ସ ଚଢ଼ାଉ କରାଯାଉଛି।
ଭିଜିଲାନ୍ସ ଜାଲରେ ଉଦଳା ଆରଡବ୍ଲୁଏସଏସ ସହକାରୀ ନିର୍ବାହୀ ଯନ୍ତ୍ରୀ : ଭୁବନେଶ୍ୱରର ୪ଟି ଜାଗା ସମେତ ମୋଟ ୮ଟି ସ୍ଥାନରେ ଚାଲିଛି ରେଡ୍
You Might Also Like
- Advertisement -

Comment