ମୁମ୍ବାଇ : ରିଲାଏନ୍ସ ଜିଓ ବୁଧବାର ତାଙ୍କର ନୂଆ ଅଲ-ଇନ-ୱାନ-ପ୍ଲାନ ଘୋଷଣା କରିଛନ୍ତି। ଏହି ପ୍ଲାନରେ ଜିଓ ନିଜ ୟୁଜରଙ୍କୁ ୩୦୦ ପ୍ରତିଶତରୁ ବି ଅଧିକ ବେନିଫିଟସ୍ ଦେଉଛନ୍ତି। କମ୍ପାନୀର ଏହି ନୂଆ ଟାରିଫ ପ୍ଲାନ ଦେଶରେ ଡିସେମ୍ବର ୬ ତାରିଖରୁ ଲାଗୁ ହେବ।ଏହି ସବୁ ପ୍ଲାନ କମ୍ପାନୀର ମହଜୁଦ ଟଚ୍ ପଏଣ୍ଟରୁ ଉପଲବ୍ଧ କରାଯାଇପାରେ।
ଅଲ-ଇନ-ୱାନ ପ୍ଲାନ
ନୂଆ ପ୍ଲାନରେ ୧୯୯ ଟଙ୍କାର ବୈଧତା ଥିବା ବେଳେ ୩୯୯ ଟଙ୍କାରେ ୨ ମାସ, ୫୫୫ଟଙ୍କାରେ ୩ ମାସ ଓ ୨୧୯୯ ଟଙ୍କାରେ ୧ ବର୍ଷ ପର୍ଯ୍ୟନ୍ତ ବୈଧ ରହିବ। ଏହି ସବୁ ପ୍ଲାନ ଏଫୟୁପି ଲିମିଟ ସହିତ ଆସିବ। ଫଳରେ ଜିଓରୁ ଜିଓକୁ ଫ୍ରି କଲିଂ ଫ୍ୟାସେଲିଟି ମିଳୁଥିବା ବେଳେ ନନ ଜିଓ ନେଟୱାର୍କକୁ ପ୍ଲାନ ଅନୁସାରେ ଯଥାକ୍ରମେ ୧ହଜାର, ୨ ହଜାର,୩ ହଜାର ଓ ୧୨ ହଜାର ମିନିଟ୍ ଫ୍ରିକଲିଂ ସୁବିଧା ମିଳିପାରିବ।
ଜିଓଙ୍କ ଏହି ନୂଆ ପ୍ଲାନଭାରତୀୟ ଟେଲିକମ ବଜାରରେ ଏକ ବଡ ପରିବର୍ତ୍ତନ ଆଣିବ ବୋଲି ଆଶା କରାଯାଉଛି। ଫ୍ରି କଲିଂ ପ୍ଲାନଗୁଡିକ ସାରା ଦେଶରେ ଜିଓ ୟୁଜରଙ୍କୁ ଅନ୍ୟ ନେଟୱାର୍କ ସହ ସଂଯୁକ୍ତ କରିରଖିବ। ଫଳରେ ଜିଓ ବିଶ୍ବରେ ସବୁଠୁ ଶସ୍ତାମୂଲ୍ୟରେ ସର୍ବୋତ୍ତମ ଗୁଣମାନର ସେବା ଯୋଗାଇ ଦେବାରେ ପ୍ରଥମ କମ୍ପାନୀ ପାଲଟିବ ବୋଲି କୁହାଯାଇଛି।