ଐତିହାସିକ ରାୟ ପ୍ରକାଶ: ୩ ମାସ ମଧ୍ୟରେ ମନ୍ଦିର ନିର୍ମାଣ ପାଇଁ ଯୋଜନା ପ୍ରସ୍ତୁତ କରିବାକୁ ରାମ ଜନ୍ମଭୂମି ନ୍ୟାସ ଟ୍ରଷ୍ଟକୁ ନିର୍ଦ୍ଦେଶ

Odisha Hot News
2 Min Read
ନୂଆଦିଲ୍ଲୀ : ବହୁ ଚର୍ଚ୍ଚିତ ରାମ ଜନ୍ମଭୂମି-ବାବ୍ରୀମସଜିଦ ଜମି ବିବାଦ ମାମଲାରେ ରାୟ । ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଲେ ସୁପ୍ରିମକୋର୍ଟ । ୪୦ ଦିନର ଲଗାତାର ଶୁଣାଣି ପରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ନେତୃତ୍ୱରେ ୫ଜଣିଆ ଖଣ୍ଡପୀଠ ଆଜି ଶୁଣାଇଛନ୍ତି ଐତିହାସିକ ରାୟ ।  ସୁପ୍ରିମ୍‌କୋର୍ଟ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏହି ରାୟ ପ୍ରକାଶ କରିଛନ୍ତି। ବିବାଦୀୟ ଜମି ରାମଲଲାଙ୍କର ବୋଲି କୋର୍ଟ ରାୟ ଦେଇଛନ୍ତି। ରାମ ଜନ୍ମଭୂମି ନ୍ୟାସ ଟ୍ରଷ୍ଟକୁ ୩ ମାସ ମଧ୍ୟରେ ମନ୍ଦିର ନିର୍ମାଣ ପାଇଁ ଯୋଜନା ପ୍ରସ୍ତୁତ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସୁନ୍ନୀ ଓ୍ବାକଫ୍‌ ବୋର୍ଡକୁ ଅଯୋଧ୍ୟାରେ ଅନ୍ୟ ସ୍ଥାନରେ ୫ ଏକର ଜମି ଦିଆଯିବା ପାଇଁ ସୁପ୍ରିମ୍‌କୋର୍ଟ ରାୟ ଦେଇଛନ୍ତି। ପୂର୍ବରୁ ଆସ୍ଥା ଓ ବିଶ୍ୱାସ ଆଧାର ଉପରେ ଫଇସଲା ହୋଇପାରିବ ନାହିଁ ବୋଲି କୋର୍ଟ କହିଥିଲେ। ତେବେ ଆହ୍ଲାବାଦ୍‌ ହାଇକୋର୍ଟ ଜମିକୁ ତିନିଭାଗରେ ବଣ୍ଟନ କରିବା ରାୟ ଯୁକ୍ତିଯୁକ୍ତ ନ ଥିଲା। ଖାଲି ଜମି ଉପରେ ମସଜିଦ୍‌ ନିର୍ମାଣ ହୋଇ ନ ଥିବା ସର୍ବୋଚ୍ଚ ନ୍ୟାୟାଳୟ କହିଥିଲେ। ଏଠାରେ ୧୨ଶତାବ୍ଦୀ ମନ୍ଦିରର ଭଗ୍ନାବଶେଷ ଥିବା ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ତଥ୍ୟ ମିଳିଥିବା ଅଦାଲତ ସୂଚିତ କରିଛନ୍ତି। ତେବେ ଏହାର ସମ୍ପୂର୍ଣ୍ଣ ପ୍ରମାଣ ମିଳି ନାହିଁ। ସୁପ୍ରିମ୍‌କୋର୍ଟ ନିର୍ମୋହୀ ଆଖଡ଼ା ଏବଂ ଶିହା ଓ୍ବାକଫ ବୋର୍ଡ ଆବେଦନକୁ ଖାରଜ କରି କେବଳ ରାମଲାଲଙ୍କୁ ମୁଖ୍ୟ ପକ୍ଷ ଭାବେ ଗ୍ରହଣ କରିଥିଲେ। ରଞ୍ଜନ ଗୋଗୋଇଙ୍କ ନେତୃତ୍ୱରେ ବିଚାରପତି ଏସ.ଏ. ବୋବ୍‌ଦେ, ବିଚାରପତି ଧନଞ୍ଜୟ ଓ୍ବାଇ. ଚନ୍ଦ୍ରଚୂଡ଼, ଅଶୋକ ଭୂଷଣ ଏବଂ ବିଚାରପତି ଏସ୍‌. ଅବଦୁଲ୍‌ ନଜିର୍‌ ୪୦ ଦିନ ଧରି ଏହି ମାମଲାର ଶୁଣାଣି କରିଥିଲେ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟ ପ୍ରମୁଖ ରାଜନେତାମାନେ ଅଯୋଧ୍ୟା ରାୟକୁ ସମ୍ମାନ ଜଣାଇ ଜନସାଧାରଣ ଶାନ୍ତି ଓ ସଦଭାବ ବଜାୟ ରଖିବାକୁ ନିବେଦନ କରିଛନ୍ତି ।

Share This Article
Leave a Comment