ଭୁବନେଶ୍ୱର : ୪ ଦିନିଆ ନୂଆଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଗସ୍ତ ସମୟରେ ସେ ଶନିବାର ନୂଆଦିଲ୍ଲୀସ୍ଥିତ ଓଡ଼ିଶା ଭବନରେ ଆୟୋଜିତ ହେବାକୁ ଥିବା ଏକ ଉଚ୍ଚସ୍ତରୀୟ ବୈଠକରେ ସେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ସେଥିରେ ସେ କେନ୍ଦ୍ର ସରକାରଙ୍କ ନିକଟରେ ପଡ଼ି ରହିଥିବା ରାଜ୍ୟର ବିଭିନ୍ନ ବିଲ୍ ଏବଂ ପ୍ରକଳ୍ପ କାର୍ଯ୍ୟ ଓ କେନ୍ଦ୍ରୀୟ ଅନୁଦାନ ଆଦି ପ୍ରସଙ୍ଗର ସମୀକ୍ଷା କରିବେ। ଏହାବ୍ୟତିତ ସେ କେତେକ କେନ୍ଦ୍ରମନ୍ତ୍ରୀଙ୍କୁ ସାକ୍ଷାତ କରିବା ପରେ ସୋମବାର ଭୁବନେଶ୍ୱର ଫେରିବାର କାର୍ଯ୍ୟକ୍ରମ ରହିଥିବା ସୂଚନା ମିଳିଛି।
ସୂଚନାଯୋଗ୍ୟ, ଶୁକ୍ରବାର ନୂଆଦିଲ୍ଲୀ ଗସ୍ତ ପୂର୍ବରୁ ମୁଖ୍ୟମନ୍ତ୍ରୀ ଲୋକସେବା ଭବନରେ ଆୟୋଜିତ ମନ୍ତ୍ରିପରିଷଦ ବୈଠକରେ ଯୋଗ ଦେଇଥିଲେ। ଏଥିରେ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଅତିରିକ୍ତ ବଜେଟକୁ ଅନୁମୋଦନ କରାଯାଇଥିଲା। ଏହାପରେ କେନ୍ଦ୍ର କୋଇଲାମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଓ କୋଇଲା ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଙ୍କ ସହ ବୈଠକ କରିଥିଲେ।
୪ ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ

Leave a Comment
Leave a Comment