ବୁଦ୍ଧଙ୍କ ୭୦ ଫୁଟ ପ୍ରତିମାକୁ ଉନ୍ମୋଚନ କଲେ ନିତିଶ କୁମାର

Odisha Hot News
1 Min Read

ବିହାର,୨୫/୧୧: ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାର ନାଳନ୍ଦା ଜିଲ୍ଳା ଅର୍ନ୍ତଗତ ଏକ ପର୍ଯ୍ୟଟନସ୍ଥଳ ରାଜଗୀରର ଘୋଡା କଟୋରା ହୀଲରେ ୭୦ଫୁଟ ଉଚ୍ଚର ବୁଦ୍ଧ ପ୍ରତିମାକୁ ଅନାବରଣ କରିଛନ୍ତି। ଭଗବାନ ବୁଦ୍ଧଙ୍କର ଏହି ପ୍ରତିମା ଘୋଡା କଟୋରା ହିଲ ମଧ୍ୟରେ ତିଆରି ହୋଇଛି । ଏବେ ଏଠାକୁ ଆସୁଥିବା ପର୍ଯ୍ୟଟକମାନଙ୍କୁ ଏହି ଘୋରା କଟୋରାର ମନରୋମ ଦୃଶ୍ୟ ଦେଖିବା ସହିତ ବୁଦ୍ଧଙ୍କ ଦର୍ଶନ ମଧ୍ୟ କରିପାରିବେ । ମୁଖ୍ୟମନ୍ତ୍ରୀଙ୍କ ସହିତ ଉପମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦି ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ବିହାର ସରକାର ରାଜଗୀରକୁ ବିଶ୍ୱସ୍ତରର ଏକ ପର୍ଯଟନ ସ୍ଥଳ ବନାଇବାକୁ ଲଗାତାର ଗୁରୁତ୍ୱ ଦେଇ ଆସୁଛନ୍ତି ।

Share This Article
Leave a comment