ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ

Odisha Hot News
4 Min Read
????????????????????????????????????

ଭୁବନେଶ୍ବର : ଆଜିଠାରୁ ଆରମ୍ଭ ହୋଇଛି ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନ। ପବିତ୍ର ଗଣେଶ ଚତୁର୍ଥୀ ଅବସରରେ ଦଳର ରାଜ୍ୟ କାର୍ଯ୍ୟାଳୟରେ ସଭ୍ୟ ସଂଗ୍ରହ ଅଭିଯାନର ଶୁଭାରମ୍ଭ କରିଛନ୍ତି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେପ୍ଟେମ୍ବର ୨ ତାରିଖରୁ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ଏହି ସଭ୍ୟ ସଂଗ୍ରହ ଅଭିଯାନ ଚାଲିବ। ୨ ମାସ ଧରି ଚାଲିବାକୁ ଥିବା ଏହି ସଭ୍ୟ ସଂଗ୍ରହ ଅଭିଯାନରେ ରାଜ୍ୟର ଚାଷୀ, ମହିଳା, ଯୁବବର୍ଗଙ୍କୁ ସାମିଲ କରାଯିବ। ଏହି ଅବସରରେ ଶ୍ରୀ ପଟ୍ଟନାୟକ ଦଳର ପ୍ରାଥମିକ ସଭ୍ୟ ପଦ ଗ୍ରହଣ କରିବା ସହ ଭୁବନେଶ୍ବରର ୩ ବିଧାୟକ ଓ ୧ ହଜାର ସହଯୋଗୀ ପ୍ରାଥମିକ ସଭ୍ୟ ହୋଇଛନ୍ତି। ସଭ୍ୟ ହେବା ପାଇଁ ଦଳ ପକ୍ଷରୁ େଵବସାଇଟ ଉନ୍ମୋଚନ କରାଯାଇଛି। ଆସନ୍ତାକାଲି ‌େଢଙ୍କାନାଳ ଓ ବାଲେଶ୍ବର ଜିଲ୍ଲାରେ ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ ହେବ।

ଗଣେଶ ପୂଜାର ଶୁଭ ଅଭିନନ୍ଦନ ସମସ୍ତଙ୍କୁ ଜଣାଇ ଦଳ ସଭାପତି ଶ୍ରୀ ପଟ୍ଟନାୟକ କହିଥିଲେ, ‘ଖୁସିର କଥା ପବିତ୍ର ଗଣେଶ ପୂଜାରେ ଦଳର ସଭ୍ୟ ସଂଗ୍ରହ କାର୍ଯ୍ୟକ୍ରମର ଶ୍ରୀଗଣେଶ କରାଗଲା। ବିଜୁ ଜନତା ଦଳ ଓଡ଼ିଶାବାସୀଙ୍କ ଦଳ। ସାଢ଼େ ୪ କୋଟି ଓଡ଼ିଶାବାସୀ ବିଜୁ ଜନତା ଦଳର ପରିବାର। ରାଜ୍ୟର ପ୍ରତି ସହର, ପ୍ରତି ଗାଁ ଓ ପ୍ରତି ଘରୁ ବିଜୁ ଜନତା ଦଳ ଆଶୀର୍ବାଦ ପାଇଆସିଛି। ଏହି ସଭ୍ୟ ସଂଗ୍ରହ ଅଭିଯାନ ଜରିଆରେ ଆମେ ପୁଣିଥରେ ସେମାାନଙ୍କୁ ଭେଟିବା। ଆମର ମା’ମାନଙ୍କୁ ଭେଟିବା। ଚାଷୀ ଭାଇଭଉଣୀମାନଙ୍କୁ ଭେଟିବା। ଯୁବକମାନଙ୍କୁ ଭେଟିବା। ସାଧାରଣ ଲୋକଙ୍କୁ ଭେଟିବା। ସେମାନଙ୍କ ଆଶୀର୍ବାଦ ନେବା। ସେମାନଙ୍କ ଭଲ ମନ୍ଦ ବୁଝିବା। ସେମାନଙ୍କ ଶୁଭେଚ୍ଛା ନେଇ ଦଳକୁ ଆହୁରି ମଜବୁତ କରିବା। ମୋର ପୂରା ବିଶ୍ବାସ, ଓଡ଼ିଶାବାସୀଙ୍କ ସହଯୋଗରେ ଆମର ସଭ୍ୟ ସଂଗ୍ରହ ଅଭିଯାନ ସମ୍ପୂର୍ଣ୍ଣ ସଫଳ ହେବ।’

ସଭ୍ୟ ସଂଗ୍ରହ ପାଇଁ ଦଳ ତରଫରୁ www.joinbjd.com େଵବସାଇଟକୁ ମୁଖ୍ୟମନ୍ତ୍ରୀ ଉନ୍ମୋଚନ କରିଥିଲେ। ଖୁବଶୀଘ୍ର ମୋବାଇଲ ଆପ୍ ମଧ୍ୟ ଉନ୍ମୋଚନ କରାଯିବ। ପଞ୍ଚାୟତର ପ୍ରତ୍ୟେକ ଵାର୍ଡ଼ରେ ସର୍ବନିମ୍ନ ସକ୍ରିୟ ସଭ୍ୟ ଭାବେ ୪ ଜଣ, ଏନଏସିର ପ୍ରତ୍ୟେକ ଵାର୍ଡ଼ରେ ୫ ଜଣଙ୍କୁ ସକ୍ରିୟ ସଦସ୍ୟ ଭାବେ ନିୟୋଜିତ କରାଯିବ। ସେହିପରି ପୌରପାଳିକାର ପ୍ରତ୍ୟେକ ଵାର୍ଡ଼ରେ ୧୫ ଜଣ ଏବଂ ମହାନଗର ନିଗମର ପ୍ରତ୍ୟେକ ଵାର୍ଡ଼ରେ ୪୦ ଜଣ ଲେଖାଏଁ ସକ୍ରିୟ ସଭ୍ୟଙ୍କ ଜରିଆରେ ପ୍ରତ୍ୟେକ ୨୪ ଜଣ ଲେଖାଏଁ ନୂତନ ସଭ୍ୟ ସଂଗ୍ରହ କରିବାକୁ ଲକ୍ଷ୍ୟ ରଖାଯାଇଛି।

ଦଳୀୟ କାର୍ଯ୍ୟାଳୟରେ ସଭ୍ୟ ସଂଗ୍ରହ ଅଭିଯାନର ଶୁଭାରମ୍ଭ କାର୍ଯ୍ୟକ୍ରମକୁ ଦଳର ଉପସଭାପତି ତଥା ରାଜ୍ୟ କମିଟି ଆବାହକ ଦେବୀ ପ୍ରସାଦ ମିଶ୍ର ସଂଯୋଜନା କରିଥିଲେ। ଦୁଇ ସପ୍ତାହ ମଧ୍ୟରେ ଜିଲ୍ଲା, ବ୍ଲକ ଓ ନଗରାଞ୍ଚଳରେ ଏହି କାର୍ଯ୍ୟକ୍ରମ ଆଗେଇ ନିଆଯିବ ବୋଲି ଶ୍ରୀ ମିଶ୍ର କହିଥିଲେ। କମିଟିର ଅନ୍ୟତମ ସଦସ୍ୟ ତଥା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ବିଧାୟକ ପ୍ରତାପ କେଶରୀ ଦେବ, ପ୍ରଦୀପ କୁମାର ପାଣିଗ୍ରାହୀ, ଅନନ୍ତ ନାରାୟଣ ଜେନା, ସୁଶାନ୍ତ ରାଉତ, ସାଧାରଣ ସମ୍ପାଦକ ସଞ୍ଜୟ କୁମାର ଦାସବର୍ମା, ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ସାଂସଦ ଅମର ପଟ୍ଟନାୟକ ସଭ୍ୟ ସଂଗ୍ରହ ଅଭିଯାନକୁ କିପରି ପରିଚାଳନା କରାଯିବ ସେ ସମ୍ପର୍କରେ ଭୁବନେଶ୍ବର ସାଂଗଠନିକ ଜିଲ୍ଲାର ଦଳୀୟ କର୍ମକର୍ତ୍ତା ଓ କର୍ମୀଙ୍କୁ ସଚେତନ କରାଇଥିଲେ।

ଉଲ୍ଲେଖଥାଉକି, ରାଜ୍ୟସ୍ତରୀୟ ସଭ୍ୟ ସଂଗ୍ରହ ଅଭିଯାନ କମିଟିର ଦୁଇଥର ବୈଠକ ପରେ ଦଳ ସଭାପତିକୁ ଅଭିଯାନର ରୂପରେଖ ସମ୍ପର୍କରେ ଅବଗତ କରାଯାଇଥିଲା। ଗତକାଲି ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ସମସ୍ତ ନବ ନିର୍ବାଚିତ ଓ ପୁନଃ ନିର୍ବାଚିତ ବିଧାୟକ, ବିଧାୟିକା, ସାଂସଦ, ଜିଲ୍ଲା ପର୍ଯ୍ୟବେକ୍ଷକ, ଜିଲ୍ଲା ସଭାପତି, ରାଜ୍ୟ କାର୍ଯ୍ୟକାରୀ ସଦସ୍ୟ ଓ ଛାମୁଆ ସଂଗଠନର ରାଜ୍ୟ ମୁଖ୍ୟଙ୍କ ସହିତ ସଭ୍ୟ ସଂଗ୍ରହ ଅଭିଯାନ ସମ୍ପର୍କରେ ବିସ୍ତୃତ ଉପସ୍ଥାପନା ଓ ମତ ବିନିମୟ ହୋଇଥିଲା।

କାର୍ଯ୍ୟକ୍ରମ େଶଷରେ ଭୁବନେଶ୍ବର ଜିଲ୍ଲା ବିଜେଡି ସଭାପତି ଅମରେଶ ଜେନା ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଦଳର ରାଜ୍ୟ ସମ୍ପାଦକ ବିଜୟ ନାୟକ, ଯୁବ ବିଜେଡି ସଭାପତି ଅମରେଶ ପତ୍ରୀ, ଛାତ୍ର ବିଜେଡି ସଭାପତି ରାଣାପ୍ରତାପ ପାତ୍ର, ଦଳର କୋଷାଧ୍ୟକ୍ଷ ସୁବାସ ସିଂହ, ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସ୍ବାଇଁ, ରାଜକିଶୋର ଦାସ, ପୂର୍ବତନ ବିଧାୟକ ଆୟୁବ ଖାଁ, ପୂର୍ବତନ ବିଧାୟକ ଅନୁପ ସାଏ, ଭୁବନେଶ୍ବର ଜିଲ୍ଲା କାର୍ଯ୍ୟକାରୀ ସଭାପତି ସୁବାସ ପାତ୍ର, ପୂର୍ବତନ ଡେପୁଟି ମେୟର କେ.ଶାନ୍ତି, ଭାରତୀ ସିଂହ, ପୂର୍ବତନ କର୍ପୋରେଟର୍ ମହାମାୟା ସ୍ବାଇଁ, ସମ୍ପାଦକ ବିରଞ୍ଚି ନାରାୟଣ ମହାସୁପକାରଙ୍କ ସମେତ ବହୁ ପୂର୍ବତନ କର୍ପୋରେଟର, ଦଳର ବହୁ କାର୍ଯ୍ୟକର୍ତ୍ତା ଓ ସଭ୍ୟ ହେବା ପାଇଁ ଆସିଥିବା ଶୁଭେଚ୍ଛୁ ଉପସ୍ଥିତ ଥିଲେ।

Share This Article
Leave a Comment