ବନ୍ୟା ଓ ବାତ୍ୟାଜନିତ କ୍ଷୟକ୍ଷତିର ରିପୋର୍ଟ ଦେବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ

Odisha Hot News
1 Min Read

ଭୁବନେଶ୍ୱର : ଓଡ଼ିଶା ସରକାରଙ୍କ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସ୍ୱତନ୍ତ୍ର ରିଲିଫ୍‌ କମିସନର୍‌ (ଏସ୍‌.ଆର୍‌ ସି)ଏବଂ ବିପର୍ଯ୍ୟୟ ପରିଚାଳନା କମିସନର ତଥା ସଚିବ ବିଷ୍ଣୁପଦ ସେଠୀ ସମସ୍ତ ଜିଲ୍ଲାପାଳଙ୍କୁ ବନ୍ୟା ଓ ବାତ୍ୟା ନିର୍ମିତ କ୍ଷୟକ୍ଷତିର ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଜିଲ୍ଲାପାଳମାନେ ସେମାନଙ୍କ ଜିଲ୍ଲାରେ ଥିବା ପ୍ରତି ବ୍ଲକର ଏହି କ୍ଷତି ଆକଳନ କରି ରିପୋର୍ଟ ଦେବାକୁ କୁହାଯାଇଛି। ଏପ୍ରିଲ ମାସରୁ ଅକ୍ଟୋବର ମାସ ଯାଏଁ ହାରାହାରି ବୃଷ୍ଟିପାତର ପରିମାଣ ଜଣାଇବାକୁ କୁହାଯାଇଛି। ବନ୍ୟା ଓ ବାତ୍ୟାରେ କେଉଁ ଅଞ୍ଚଳର କେତେସଂଖ୍ୟକ ଲୋକ କ୍ଷତିଗ୍ରସ୍ତ ହୋଇଛନ୍ତି ତାହାର ଆକଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଖାଲି ସେତିକି ନୁହେଁ କେତେ ପରିମାଣର ଶସ୍ୟ,ପ୍ରାଣୀ ସଂପଦ ,ମନୁଷ୍ୟ ମୃତ୍ୟୁ,ମନୁଷ୍ୟ ଆହତ ହୋଇଛନ୍ତି, ତା’ର ରିପୋର୍ଟ ଦେବାକୁ ବି ଏଥିରେ କୁହାଯାଇଛି। ଏହି ସମୟରେ ସନ୍ଧାନ ଓ ଉଦ୍ଧାର କାର୍ଯ୍ୟର ସର୍ବଶେଷ ତଥ୍ୟ,ରିଲିଫ୍‌ ଓ ମାଗଣା ରନ୍ଧା ଖାଦ୍ୟ ଯୋଗାଣ,ଜରୁରୀକାଳୀନ ରିଲିଫ୍‌ ବିତରଣ,ଫୁଡ୍‌ ପ୍ୟାକେଟ୍‌ର ଏୟାର ଡ୍ରପିଂ, ଏନ୍‌ଜିଓମାନଙ୍କ ଦ୍ୱାରା ଜରୁରୀକାଳୀନ ରିଲିଫ୍‌ ବିତରଣ,ପାନୀୟ ଜଳର ଉତ୍ସ,ସ୍ୱାସ୍ଥ୍ୟ,ମାନବ ଚିକିତ୍ସା,ପ୍ରାଣୀ ଚିକିତ୍ସା ଆଦି ସଂପର୍କରେ ତଥ୍ୟ ଦେବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

Share This Article
Leave a Comment