ଜାତିସଂଘ : ଅନ୍ତର୍ଜାତୀୟସ୍ତରରେ ଭାରତର ପ୍ରଭାବ ବୃଦ୍ଧି ପାଇଛି। ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍ଏସ୍ସି)ର ଅସ୍ଥାୟୀ ଆସନରେ ଭାରତର ସଦସ୍ୟତାକୁ ଚାଇନା, ପାକିସ୍ତାନ ସମେତ ୫୫ଟି ରାଷ୍ଟ୍ର ସମର୍ଥନ ଜଣାଇଛନ୍ତି। ଏହି ଆସନ ଲାଗି ସଦସ୍ୟତା ଅବଧି ୨ ବର୍ଷ। ଆସନ୍ତାବର୍ଷ ଜୁନ୍ରେ ୫ଟି ଅସ୍ଥାୟୀ ସଦସ୍ୟତା ଲାଗି ନିର୍ବାଚନ ଅନୁଷ୍ଠିତ ହେବ। ଭାରତର ପ୍ରାର୍ଥତ୍ତ୍ୱକୁ ଏସିଆ ପ୍ରଶାନ୍ତ ମହାସାଗରୀୟ ଗୋଷ୍ଠୀର ସମସ୍ତ ୫୫ ସଦସ୍ୟ ସର୍ବସମ୍ମତିକ୍ରମେ ସମର୍ଥନ ଜଣାଇଥିବାରୁ ଭାରତ ପକ୍ଷରୁ ଜାତିସଂଘରେ ପ୍ରତିନିଧିତ୍ୱ କରୁଥିତ୍ବା ରାଷ୍ଟ୍ରଦୂତ ସୟେଦ ଆକବରୁଦ୍ଦିନ ଧନ୍ୟବାଦ ଜଣାଇଛନ୍ତି। ଅନ୍ୟ ସମର୍ଥନକାରୀ ଦେଶ ମଧ୍ୟରେ ଅଛନ୍ତି ଆଫଗାନିସ୍ତାନ, ବାଂଲାଦେଶ, ଭୁଟାନ, ଇଣ୍ଡୋନେସିଆ, ଇରାନ, ଜାପାନ, କୁଏଟ୍, କିର୍ଗିଜସ୍ତାନ, ମାଲେସିଆ, ମାଳଦ୍ୱୀପ, ମ୍ୟାନ୍ମାର, ନେପାଳ, କାତାର, ସୌଦି ଆରବ, ଶ୍ରୀଲଙ୍କା, ସିରିଆ, ତୁର୍କୀ, ୟୁଏଇ ଏବଂ ଭିଏତ୍ନାମ। ୧୯୩ ସଦସ୍ୟବିଶିଷ୍ଟ ଜାତିସଂଘ ସାଧାରଣ ପରିଷଦ ପ୍ରତିବର୍ଷ ସୁରକ୍ଷା ପରିଷଦର ୫ ଅସ୍ଥାୟୀ ସଦସ୍ୟଙ୍କୁ ନିର୍ବାଚିତ କରିଥାଏ। ସୁରକ୍ଷା ପରିଷଦରେ ଆମେରିକା, ଚାଇନା, ଫ୍ରାନ୍ସ, ରୁଷିଆ ଓ ବ୍ରିଟେନ ସ୍ଥାୟୀ ସଦସ୍ୟ ରହିଥିବା ବେଳେ ୧୦ ଅସ୍ଥାୟୀ ଆସନକୁ ଆଞ୍ଚଳିକ ଭିତ୍ତିରେ ଆଫ୍ରିକା ଓ ଏସିଆକୁ ୫ଟି, ପୂର୍ବ ୟୁରୋପୀୟ ରାଷ୍ଟ୍ରଗୁଡିକୁ ଗୋଟିଏ, ଦକ୍ଷିଣ ଆମେରିକା ଏବଂ କାରିବିୟାନ ରାଷ୍ଟ୍ରଗୁଡିକୁ ୨ଟି ଏବଂ ପଶ୍ଚିମ ୟୁରୋପ ଓ ଅନ୍ୟ ରାଷ୍ଟ୍ରଗୁଡିକୁ ୨ ଆସନ ବାଣ୍ଟିଦିଆଯାଇଛି। ପୂର୍ବରୁ ଭାରତ ୧୯୫୦-୫୧, ୧୯୬୭-୬୮, ୧୯୭୨-୭୩, ୧୯୭୭-୭୮, ୧୯୮୪-୮୫, ୧୯୯୧-୯୨ ଏବଂ ୨୦୧୧-୧୨ରେ ଜାତିସଂଘ ସୁରକ୍ଷା ପରିଷଦକୁ ଅସ୍ଥାୟୀ ସଦସ୍ୟ ନିର୍ବାଚିତ ହୋଇଥିଲା।
ଭାରତ ସପକ୍ଷରେ ୫୫ ରାଷ୍ଟ୍ର
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- * * * $3,222 deposit available! Confirm your operation here: http://assaafahotels.com/index.php?snvjvc * * * hs=fd2b556f29fbb213f03b797a2080edf6* ххх* on Searching for the ‘angel’ who held me on Westminster Bridge
- ClaytonPer on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- القرفة للتنحيف on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
