ଭୁବନେଶ୍ବର : ୨୦୧୯ ନିର୍ବାଚନରେ ପୁଣି ଥରେ ରାଜ୍ୟରେ ବିଜୁ ଜନତା ଦଳ ଓଡ଼ିଶା ଲୋକଙ୍କ ଆସ୍ଥାଭାଜନ ହୋଇଛି। ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୨୭ ତାରିଖରେ ଶପଥ ନେବେ ବୋଲି ଜଣାପଡ଼ିଛି। ଏଥିପାଇଁ ସଂସଦୀୟ ବ୍ୟପାର ବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ସମେତ ୨୧ ଜଣ ମନ୍ତ୍ରୀ ଶପଥ ନେବେ। ବିଶ୍ବସ୍ତ ସୁତ୍ରରୁ ମିଳିଥିବା ଖବର ମୁତାବକ ‘ଫନି’ ବାତ୍ୟାରେ ରାଜ୍ୟରେ ବ୍ୟାପକ କ୍ଷୟକ୍ଷତି ଏବେ ବି ବିପନ୍ନଙ୍କ ଦୁଃଖ ଦୂର ହୋଇନଥିବାରୁ ଏହି ଶପଥ ଗ୍ରହଣ ଉତ୍ସବକୁ ନିରାଡ଼ାମ୍ବର ଭାବେ ପାଳନ କରିବାକୁ ବିଜେଡି ସଭାପତି ଶ୍ରୀ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଶପଥ ଗ୍ରହଣ ସମାରୋହ ରାଜଭବନରେ ହେବ କି ଅନ୍ୟ କେଉଁ ସ୍ଥାନରେ ତାହା ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ।
୨୭ରେ ଶପଥ ଗ୍ରହଣ!, ନବୀନଙ୍କ ସମେତ ୨୧ ମନ୍ତ୍ରୀ ନେବେ ଶପଥ
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- ThomasThymn on ଦଶପଲ୍ଲାରେ ମାଓ ପୋଷ୍ଟର ଜବତ
- Devin Rivera on ଅାସନ୍ତାକାଲି ବିଜେପି ଛାଡ଼ିବେ ଦିଲୀପ ରାୟ ଓ ବିଜୟ ମହାପାତ୍ର !
- nancy61 on ଆଜିର ରାଶିଫଳ
- Alfredoownef on ସୁସ୍ଥ ହେଲେ ମହାପ୍ରଭୁ : ପିନ୍ଧିଲେ ରକ୍ତବସ୍ତ୍ର, ଲାଗି ହେଲା ଦଶମୂଳ
- Manuelflide on ଆଜି ମାଟ୍ରିକ୍ ପରୀକ୍ଷାଫଳ
