ମେ ୧୯ରେ ୩୪ଟି ବୁଥରେ ହେବ ସାନି ମତଦାନ

Odisha Hot News
1 Min Read
ଭୁବନେଶ୍ଵର :ରାଜ୍ୟର ୩୪ଟି ବୁଥରେ ଆସନ୍ତା ୧୯ରେ ସାନି ମତଦାନ ହେବ। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ। ସେଥିପାଇଁ ୧୦ ଜିଲ୍ଲାପାଳଙ୍କୁ ସିଇଓ ନିର୍ଦ୍ଦେଶ ଦେଇଛନ୍ତି।

ସିଇଓଙ୍କ ସୂଚନା ମୁତାବକ ଦ୍ଵିତୀୟ ପର୍ଯ୍ୟାୟର ୧୨ଟି ଏବଂ  ଚତୁର୍ଥ ପର୍ଯ୍ୟାୟର ୨୨ଟି  ବୁଥରେ ମେ ୧୯ରେ ସାନି ମତଦାନ ହେବ। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ। ଉଲ୍ଲେଖଯୋଗ୍ୟ, ଇଭିଏମରେ ତ୍ରୁଟି, ଭିଭିପାଟ ମେସିନ କାମ ନକରିବା, କିଛି ସ୍ଥାନରେ ଗଣ୍ଡଗୋଳ, ଦାବି ପୂରଣ ହୋଇନଥିବା କାରଣରୁ ଭୋଟ୍ ବର୍ଜନ ଏସବୁ କାରଣ ଯୋଗୁଁ ଏହି ସବୁ ବୁଥରେ ମତଦାନ ହୋଇପାରିନଥିଲା। ଫଳରେ ସାନି ମତଦାନ କରିବାକୁ ନିର୍ବାଚନ ଅଧିକାରୀ ନିର୍ବାଚନ ଆୟୋଗଙ୍କୁ ସୁପାରିଶ କରିଥିଲେ।

ଏବେ ମେ ୧୯ରେ ଏହି ୩୪ଟି ବୁଥରେ ସାନି ମତଦାନ ହେବ। ମେ ୧୯ରେ ଦେଶର ଲୋକସଭା ନିର୍ବାଚନର ସପ୍ତମ ପର୍ଯ୍ୟାୟରେ ମତଦାନ ହେବ। ଯେମିତି ସୁରୁଖୁରୁରେ ମତଦାନ ହେବ ତାକୁ ନେଇ ୧୦  ଜିଲ୍ଲାପାଳଙ୍କୁ ସିଇଓ ନିର୍ଦ୍ଦେଶ ଦେଇଛନ୍ତି।

Share This Article
Leave a Comment