ସିଇଓ ଜଣେ ଅଧିକାରୀ ଭ୍ରଷ୍ଟ ଅଧିକାରୀ : ଭାଜପା

Odisha Hot News
1 Min Read

ଭୁବନେଶ୍ୱର : ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ) ସୁରେନ୍ଦ୍ର କୁମାରଙ୍କ ବିରୋଧରେ ଭାରତୀୟ ନିର୍ବାଚନ କମିଶନର(ଇସିଆଇ)ଙ୍କ ନିକଟରେ ଫେରାଦ ହୋଇଛି ଭାଜପା। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଜାତୀୟ ମୁଖପାତ୍ର ସମ୍ବିତ୍‌ ପାତ୍ର, ଭାଜପା ନେତ୍ରୀ ଅପରାଜିତା ଷଡଙ୍ଗୀଙ୍କ ଏକ ଟିମ୍‌ ଗୁରୁବାର ଇସିଙ୍କୁ ଭେଟିଛନ୍ତି। ସିଇଓ ବିଜେଡି ପାଇଁ କାର୍ଯ୍ୟ କରୁଛନ୍ତି। ସେ ଜଣେ ଭ୍ରଷ୍ଟ ଅଧିକାରୀ। ନିରପେକ୍ଷ ହୋଇ କାମ କରୁ ନ ଥିବା ଧର୍ମେନ୍ଦ୍ର ଅଭିଯୋଗ କରିଛନ୍ତି।

ଭୋଟକୁ ନେଇ ଗଣମାଧ୍ୟମକୁ ସୂଚନା ଦେଇ ଧର୍ମେନ୍ଦ୍ର କହିଛନ୍ତି, ୧୫ଟି ନିର୍ବାଚନମଣ୍ଡଳୀର ଅନେକ ବୁଥ୍‌ର ପ୍ରମାଣ ନିର୍ବାଚନ କମିଶନରଙ୍କୁ ଜଣାଇବାକୁ ଆସିଥିଲୁ। ଶାସକ ଦଳର କିଛି ଲୋକ କେଉଁଭଳି ଭାବେ ଅଧିକାରୀମାନଙ୍କୁ ହାତବାରିଶ କରି କୁକାର୍ଯ୍ୟ କରୁଛନ୍ତି, ତାହାର ପ୍ରମାଣ ଦେଇଛୁ। ଭାଜପା ସମର୍ଥକଙ୍କ ଉପରେ ହୋଇଥିବା ଆକ୍ରମଣର ପ୍ରମାଣ ମଧ୍ୟ ଦିଆଯାଇଛି। ଏହାକୁ ନେଇ କମିଶନର ଉପଯୁକ୍ତ ପଦକ୍ଷେପ ନେବେ ବୋଲି ଆଶା ରଖୁଛୁ। ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ଜଣେ ଭ୍ରଷ୍ଟ ଅଧିକାରୀ। ସେ କିଛି ନିର୍ଦ୍ଦିଷ୍ଟ ଜିଲାପାଳଙ୍କଠାରୁ ପିଟିଶନ ମଗାଇ ବରୀ ବିଧାନସଭାର ୧୨ଟି ବୁଥ୍‌ରେ ସାନି ମତଦାନ କରିବାର ଷଡ଼ଯନ୍ତ୍ର କରୁଥିବା ଧର୍ମେନ୍ଦ୍ର ଅଭିଯୋଗ କରିଛନ୍ତି।

ସୂଚନାଯୋଗ୍ୟ, ଧର୍ମେନ୍ଦ୍ର ପାଟକୁରା ନିର୍ବାଚନମଣ୍ଡଳୀରେ ଆସନ୍ତା ୧୯ରେ ହେବାକୁ ଥିବା ନିର୍ବାଚନ ବନ୍ଦ ନ କରିବାକୁ ଅନୁରୋଧ କରିଛନ୍ତି। ବିପର୍ଯ୍ୟୟକୁ ଅପେକ୍ଷା କରାଯାଉ। ପରେ ଏ ନେଇ ପଦକ୍ଷେପ ନେବେ ବୋଲି ସେ ଇସିଆଇଙ୍କୁ କହିଛନ୍ତି।

Share This Article
Leave a Comment