ମୁଖ୍ୟ ନିର୍ବାଚନ କମିସନରଙ୍କୁ ଭେଟିଲେ ନବୀନ:‘ଫନୀ’ ଲାଗି ପାଟକୁରା ନିର୍ବାଚନ ଘୁଞ୍ଚାଇବାକୁ ଅନୁରୋଧ

Odisha Hot News
1 Min Read

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ନୂଆଦିଲ୍ଲୀରେ ମଙ୍ଗଳବାର ନିର୍ବାଚନ କମିଶନରଙ୍କୁ ଭେଟିଛନ୍ତି। ବାତ୍ୟା ‘ଫନୀ’କୁ ନେଇ କେନ୍ଦ୍ରାପଡ଼ା ଜିଲା ପ୍ରଭାବିତ ହେବାର ଆଶଙ୍କା ରହିଛି। ତେଣୁ ପାଟକୁରା ନିର୍ବାଚନ ଘୁଞ୍ଚାଇବାକୁ ଅନୁରୋଧ କରିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତିି। ତେବେ ଏଥିପ୍ରତି ଦୃଷ୍ଟି ଦେଇ ଘଟଣାକୁ ଗୁରୁତ୍ୱର ସହ ବିଚାର କରିବେ ବୋଲି ନିର୍ବାଚନ କମିଶନର କହିଛନ୍ତି।

ଏହାଛଡ଼ା ମୁଖ୍ୟମନ୍ତ୍ରୀ ପାଟକୁରାରେ ଦଳ ଭଲ ପ୍ରଦର୍ଶନ କରିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ମହାରଥୀଙ୍କ ମାମଲା ନେଇ ସେ କହିଛନ୍ତି, ଏହା ଏବେ ଆଇନ ହାତରେ ରହିଛି। ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଫଟୋ ଭାଇରାଲ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ଏହା କେବଳ ସଂଯୋଗବଶତଃ ହୋଇଛି।

ପ୍ରକାଶଯୋଗ୍ୟ, ପାଟକୁରା ନିର୍ବାଚନମଣ୍ଡଳୀ ଲାଗି ପୂର୍ବରୁ ବିଜେଡି ବେଦ ପ୍ରକାଶ ଅଗ୍ରଓ୍ବାଲଙ୍କୁ  ପ୍ରାର୍ଥୀ କରିଥିଲା। ମାତ୍ର ତାଙ୍କ ମୃତ୍ୟୁ ପରେ ତାଙ୍କ ସ୍ତ୍ରୀ ସାବିତ୍ରୀ ଅଗ୍ରଓ୍ବାଲଙ୍କୁ ଦଳ ପ୍ରାର୍ଥୀ କରିଛି।

Share This Article
Leave a Comment