ମହାରଥୀଙ୍କୁ ସର୍ତ୍ତମୂଳକ ଜାମିନ

Odisha Hot News
1 Min Read

ଭୁବନେଶ୍ୱର : ପିପିଲିରୁ ବିଜେଡି ବିଧାୟକ ଥିବା ପ୍ରଦୀପ ମହାରଥୀଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ। ମାଜିଷ୍ଟ୍ରେଟ୍‌ଙ୍କୁ ମାଡ଼ ମାରିବା ଅଭିଯୋଗରେ ଗିରଫ ହୋଇଥିବା ମହାରଥୀଙ୍କୁ ଶନିବାର ସ୍ବତନ୍ତ୍ର ପ୍ରାଧିକୃତ କୋର୍ଟରୁ ସର୍ତ୍ତମୂଳକ ଜାମିନ ମିଳିଛି। ୫୦ହଜାର ଟଙ୍କାର ଦୁଇ ଜାମିନଦାରଙ୍କ ବଦଳରେ ତାଙ୍କୁ ଏହି ଜାମିନ ମିଳିଛି। ତେବେ ସେ ତଦନ୍ତରେ ସହଯୋଗ କରିବା ସହ ସାକ୍ଷୀଙ୍କୁ ପ୍ରଭାବିତ କରିବେ ନାହିଁ ବୋଲି ସର୍ତ୍ତ ରହିଛି।

ସୂଚନାଯୋଗ୍ୟ, କିଛି ଦିନ ତଳେ ମହାରଥୀଙ୍କ ଫାର୍ମ ହାଉସ୍‌ରେ ମଦ ଓ ଟଙ୍କା ବଣ୍ଟା ଯାଉଥିବା ଖବର ପାଇ ଫ୍ଲାଇ ସ୍କ୍ବାର୍ଡର ମାଜିଷ୍ଟ୍ରେଟ ଏବଂ ଅନ୍ୟ ସଦସ୍ୟମାନେ ଯାଇଥିଲେ। ମାତ୍ର ନିଜେ ମହାରଥୀ ଓ ତାଙ୍କ ସମର୍ଥକମାନେ ସେମାନଙ୍କୁ ଆକ୍ରମଣ କରିଥିଲେ। ଏ ନେଇ ଅଭିଯୋଗ ହୋଇଥିଲା। ତଦନ୍ତ ପରେ ପୋଲିସ ପ୍ରମାଣ ପାଇ ଗତ ସୋମବାର ମହାରଥୀଙ୍କୁ ଗିରଫ କରି ପିପିଲି ଜେଏମଏଫ୍‌ସି କୋର୍ଟରେ ହାଜର କରିଥିଲା। ମାତ୍ର ସେ ସେଠାରେ ଅସୁସ୍ଥ ହୋଇ ପଡ଼ିଥିଲେ। ଚିକିତ୍ସା ପରେ ତାଙ୍କୁ ଭୁବନେଶ୍ୱର କୋର୍ଟରେ ହାଜର କରାଯାଇଥିଲା। ସେଠାରେ ତାଙ୍କ ଜାମିନ ଆବେଦନର ଶୁଣାଣି ୨୪ ତାରିଖରେ ହେବାକୁ କୁହାଯାଇଥିଲା। ଫଳରେ ମହାରଥୀଙ୍କୁ ଝାରପଡ଼ା ଜେଲକୁ ପଠାଇ ଦିଆଯାଇଥିଲା। ମାତ୍ର ପୁଣି ୨୪ରେ ମହାରଥୀଙ୍କ କେସ୍‌ର ଡାଏରୀ ଓ ଇଞ୍ଜୁରୀ ରିପୋର୍ଟ ଆସି ନ ଥିବାରୁ ଶୁଣାଣିକୁ ୨୭କୁ ଘୁଞ୍ଚାଇ ଦିଆଯାଇଥିଲା।

Share This Article
Leave a Comment