ତୃତୀୟ ପର୍ଯ୍ୟାୟ ନିର୍ବାଚନ: ସନ୍ଧ୍ୟା ୫ଟା ସୁଦ୍ଧା ରାଜ୍ୟରେ ୬୧% ମତଦାନ

Odisha Hot News
1 Min Read

ଭୁବନେଶ୍ୱର:  ରାଜ୍ୟରେ ୬ ଲୋକ ସଭା ଓ ୪୨ ବିଧାନସଭା ଆସନ ଲାଗି ଆଜି ମତଦାନ କରାଯାଉଛି। ସକାଳ ୭ଟାରେ ଭୋଟଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଦିନ ଗୋଟେ ସୁଦ୍ଧା ଆଖିଦୃଷ୍ଟିଆ ଭୋଟ୍ ଦାନ ହୋଇ ନ ଥିବା ବେଳେ ଖୋଦ୍ ରାଜଧାନୀ ଭୁବନେଶ୍ୱରରେ ମତଦାନ ସର୍ବନିମ୍ନ ୨୦%ରେ ସୀମିତ ଥିଲା। ହେଲେ ସନ୍ଧ୍ୟା ୫ଟା ସୁଦ୍ଧା ୬୧% ମତଦାନ ହୋଇଛି। ୨ ବୁଥ୍‌ରେ ମତଦାନ ସ୍ଥଗିତ ରଖାଯାଇଛି। ଇଭିଏମ୍‌ ସହ ଭିଭିପିଏଟ୍‌ ମେଶିନର ଭୁଲ ସଂଯୋଗ କରାଯାଇଥିବାରୁ ଉକ୍ତ ୨ ବୁଥ୍‌ରେ ପୁଣି ଥରେ ଭୋଟ ଗ୍ରହଣ କରାଯିବା ନେଇ ସୁପାରିସ କରାଯାଇଥିବା ଖବରଦାତା ସମ୍ମିଳନୀରେ ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ଏହି ପର୍ଯ୍ୟାୟରେ ରାଜ୍ୟର ୧୦ ଜିଲାରେ ମତଦାନ କରାଯାଇଛି। ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, କଟକ, ପୁରୀ ଏବଂ ଭୁବନେଶ୍ୱର ଲୋକ ସଭା ଆସନରେ ମତଦାନ ହୋଇଛି। ମୋଟ ୯୨ ଲକ୍ଷ ୫୬ ହଜାର ୯୨୨ଜଣ ମତଦାତା ନିଜର ମତ ସାବ୍ୟସ୍ତ କରୁଛନ୍ତି।

Share This Article
Leave a Comment