ନୟାଗଡ଼ : ଆସନ୍ତା ୨୩ ତାରିଖରେ ନୟାଗଡ଼ ଜିଲାର ୩ଟି ନିର୍ବାଚନମଣ୍ଡଳୀରେ ମତଦାନ ହେବ। ନିର୍ବାଚନ ପ୍ରଚାର ପାଇଁ ହାତରେ ଆଉ ୩ ଦିନ ରହିଛି। ସେଥିପାଇଁ ନିଜ ନିଜ ଦଳ ସପକ୍ଷରେ ପ୍ରଚାର କରି ଭୋଟ ହାତେଇବା ଲକ୍ଷ୍ୟରେ ଜଣେ ପରେ ଜଣେ ଟାଣୁଆ ନେତାଙ୍କୁ ଜିଲାରେ ଦେଖିବାକୁ ମିଳୁଛି। ଏହି ପରିପ୍ରେକ୍ଷୀରେ ଶୁକ୍ରବାର ଜିଲାର ଦୁଇଟି ସ୍ଥାନକୁ ହେଭିଓ୍ବେଟ୍ ନେତା ପ୍ରଚାର କରିବାକୁ ଆସିବେ। ନୟାଗଡ଼ ନିର୍ବାଚନମଣ୍ଡଳୀ ପାଇଁ ପ୍ରଚାର କରିବାକୁ ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂ। କେନ୍ଦ୍ରମନ୍ତ୍ରୀ ସିଂ ଅପରାହ୍ନ ୪ଟାରେ ହେଲିକପ୍ଟରରେ ଆସି ନୟାଗଡ଼ ଷ୍ଟାଡ଼ିୟମ ପଡ଼ିଆଠାରେ ହେବାକୁ ଥିବା ସାଧାରଣ ସଭାରେ ଉଦ୍ବୋଧନ ଦେବେ। ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ , ରାଜ୍ୟ ଓ ଜିଲାସ୍ତରୀୟ ଭାଜପା ନେତାମାନେ ଯୋଗଦେଇ ଦଳ ପାଇଁ ଭୋଟ ଭିକ୍ଷା କରିବେ ବୋଲି ଜଣାପଡ଼ିଛି। କେନ୍ଦ୍ରମନ୍ତ୍ରୀ ଆସୁଥିବାରୁ ଭାଜପା କର୍ମୀ ଓ ସମର୍ଥକମାନଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି। ଲଗାତର ୩ ଥର ବିଜେଡି କବ୍ଜାରେ ରହି ଆସୁଥିବା ନୟାଗଡ଼ ନିର୍ବାଚନମଣ୍ଡଳୀକୁ କିପରି ଭାଜପା ଅକ୍ତିଆର କରିବ, ସେ ନେଇ କେନ୍ଦ୍ରମନ୍ତ୍ରୀ ସିଂ ଉଦ୍ବୋଧନ ଦେବେ। ଅନ୍ୟପକ୍ଷେ ପୂର୍ବାହ୍ନ ୧୦ଟାରେ ରଣପୁର ନିର୍ବାଚନମଣ୍ଡଳୀକୁ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରଣପୁର ପଞ୍ଚୁଦୋଳ ପଡ଼ିଆରେ ହେବାକୁ ଥିବା ସାଧାରଣ ସଭାରେ ଉଦ୍ବୋଧନ ଦେବେ। ସେଠାରେ ଭାଜପା ହାୱା ବହୁଥିବାରୁ ତାଙ୍କୁ ଚେକ୍ମେଟ ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ରହିଥିବା ନେଇ ଆଲୋଚନା ହେଉଛି। ଚଳିତ ନିର୍ବାଚନ ପାଇଁ ଗୋଟିଏ ମାସରେ ଶୁକ୍ରବାରକୁ ମିଶାଇ ୩ ଥର ନୟାଗଡ଼ ଜିଲାକୁ ଆସିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ । ମାର୍ଚ୍ଚ ୨୪ରେ ନୟାଗଡ଼ ଷ୍ଟାଡ଼ିୟମ ପଡ଼ିଆ, ଏପ୍ରିଲ ୧୩ରେ ଦଶପଲ୍ଲା ଗାନ୍ଧୀ ମଇଦାନ ଓ ଶୁକ୍ରବାର ରଣପୁର ଆସିବେ ମୁଖ୍ୟମନ୍ତ୍ରୀ। ପୂର୍ବରୁ ୨ ଥର ଆସି ମୁଖ୍ୟମନ୍ତ୍ରୀ ନିଜ ଅଭିଭାଷଣରେ ରାଜ୍ୟ ରାଜନୀତିକୁ ଦୋହଲାଇ ଦେଇଥିଲେ। ନୟାଗଡ଼ ଷ୍ଟାଡ଼ିୟମ ପଡ଼ିଆରେ ମୁଖ୍ୟମନ୍ତ୍ରୀ ୨୧ରୁ ୨୧ ଲୋକ ସଭା ଆସନ ଜିତିବେ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଥିଲେ। ସେହିପରି ଦଶପଲ୍ଲା ଗାନ୍ଧୀ ମଇଦାନରେ ଭାଜପାର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ବୋଲି ପ୍ରଶ୍ନ କରିଥିଲେ। ତେଣୁ ଏଥର ରଣପୁର ସଭାରେ ମୁଖ୍ୟମନ୍ତ୍ରୀ ନବୀନ ନିର୍ବାଚନୀ ପ୍ରଚାରରେ କ’ଣ କହୁଛନ୍ତି, ତାହା ଶୁଣିବା ପାଇଁ ସାରା ରାଜ୍ୟବାସୀଙ୍କ ଉତ୍କଣ୍ଠା ରହିଛି।
ହେଭିଓ୍ବେଟ୍ ନେତାଙ୍କ ପ୍ରଚାର ଆଜି:ରଣପୁରରେ ନବୀନ, ନୟାଗଡ଼ରେ ରାଜନାଥ ସିଂ
- Advertisement -
Stay Connected
Comment
- Antoniocog on ଘରୁ ବାହାର କରାଇ ଦେବନି ଶୀତ !
- JeremyBiole on ସ୍ବାଧୀନତା ଦିବସକୁ ନକ୍ସଲଙ୍କ ବିରୋଧ
- WillieKet on ଜାତୀୟ ମହିଳା ଫୁଟବଲ, ଓଡ଼ିଶା ଦଳରେ ଆଳିରୁ ୩
- LarryMuh on ରାଜ୍ୟସ୍ତରୀୟ ଖରିଫ ଅଭିଯାନ ଓ କର୍ମଶାଳା
- CharlesOvAts on ପୁଣି ରାଜ୍ୟକୁ ଲେଉଟିଲା ଶୀତ; ଆହୁରି ୪୮ ଘଂଟା ଲାଗି ରହିବ ଶୀତ !

Закажите индивидуальную экскурсию экскурсии в Светлогорске Калининградской и частный гид покажет курорт с персональным подходом.