ନୂଆଦିଲ୍ଲୀ : ଆଜି ଦ୍ୱିତୀୟ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ ପାଇଁ ମତଦାନ କରାଯିବ। ଦ୍ୱିତୀୟ ପର୍ଯ୍ୟାୟରେ ୧୩ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୯୬ ଆସନରେ ଭୋଟଗ୍ରହଣ କରାଯିବ। ତାମିଲନାଡୁର ଭେଲୋର ଆସନକୁ ଏଥିରୁ ବାଦ୍ ଦିଆଯାଇଛି। ସେଥିମଧ୍ୟରୁ ୪୧ଟି ଆସନକୁ ରେଡ୍ ଆଲର୍ଟ ଘୋଷଣା କରାଯାଇଛି। ଏସବୁ ଆସନରେ ୩ରୁ ଅଧିକ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱୀତା କରୁଛନ୍ତି। ସେହିପରି ୮ଶହ ୮୮ ଜଣ ନିର୍ଦ୍ଦଳୀୟ ପ୍ରାର୍ଥୀ ଏହି ପର୍ଯ୍ୟାୟରେ ନିର୍ବାଚନ ଲଢୁଛନ୍ତି। ମୋଟ୍ ପ୍ରାର୍ଥୀଙ୍କ ମଧ୍ୟରୁ ପୁରୁଷଙ୍କ ସଂଖ୍ୟା ୧୪ ଶହ ୭୦ ଥିବାବେଳେ ମହିଳାଙ୍କ ସଂଖ୍ୟା ଶହେ ୨୦ ରହିଛି। ଯାଞ୍ଚ୍ ହୋଇଥିବା ୧୫ଶହ ୯୦ ଜଣ ପ୍ରାର୍ଥୀଙ୍କ ସତ୍ୟପାଠରୁ ଏହା ଜଣାପଡ଼ିଥିବା କୁହାଯାଉଛି। ଏହି ପର୍ଯ୍ୟାୟରେ ଆସାମର ୫, ବିହାର ୫, ଛତିଶଗଡ଼ ୩, ଜମ୍ମୁ ଓ କଶ୍ମୀର ୨, କର୍ନାଟକ ୧୪ , ମହାରାଷ୍ଟ୍ର ୧୦, ମଣିପୁର ୧, ଓଡ଼ିଶା ୫, ତାମିଲନାଡ଼ୁ ୩୮, ତ୍ରିପୁରା ୧, ଉତ୍ତରପ୍ରଦେଶର ୮, ପଶ୍ଚିମବଙ୍ଗ ୩ ଏବଂ ପୁଡୁଚେରୀର ଗୋଟିଏ ଲୋକ ସଭା ଆସନ ପାଇଁ ମତଦାନ କରାଯିବ।
ଲୋକ ସଭା ନିର୍ବାଚନ: ଆଜି ଦ୍ୱିତୀୟ ପର୍ଯ୍ୟାୟ ମତଦାନ
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- Vivod iz zapoya na domy_oxkt on ପ୍ରଣବ ପ୍ରକାଶ ଦାସଙ୍କୁ ମିଳିଲା ନୂଆ ଦାୟିତ୍ୱ, ଦଳର ସାଂଗଠନିକ ସମ୍ପାଦକ ଭାବେ ହେଲେ ନିଯୁକ୍ତ
- Vivod iz zapoya na domy_rbPl on ପ୍ରଣବ ପ୍ରକାଶ ଦାସଙ୍କୁ ମିଳିଲା ନୂଆ ଦାୟିତ୍ୱ, ଦଳର ସାଂଗଠନିକ ସମ୍ପାଦକ ଭାବେ ହେଲେ ନିଯୁକ୍ତ
- Antoniocog on ପୋଲିସ ଡିଜି ଅଭୟଙ୍କ ଅଚାନକ ବ୍ରହ୍ମପୁର ଗସ୍ତ
- Vivod iz zapoya na domy_iqkt on ଆଜିର ରାଶିଫଳ
- Vivod iz zapoya na domy_alPl on ଆଜିର ରାଶିଫଳ
