କଂଗ୍ରେସ ପକ୍ଷରୁ ଆଜି ନିର୍ବାଚନୀ ଇସ୍ତାହାର ପ୍ରକାଶ ପାଇଛି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏହାକୁ ଉନ୍ମୋଚିତ କରିଛନ୍ତି। ଏଥିରେ କୃଷକ, ଦରିଦ୍ର, ଚାଷୀ, ଯୁବକ, ମହିଳା ଓ ଆଦିବାସୀଙ୍କୁ ଗୁରୁତ୍ୱ ଦିଆଯାଇଛି। ତେବେ ୨୦୧୯ ଲାଗି ଦଳ ୧୯ଟି ପ୍ରତିଶ୍ରୁତି ଦେଇଥିବା ଦେଖିବାକୁ ମିଳିଛି।
#. ସମସ୍ତଙ୍କ ପାଇଁ ସ୍ବାସ୍ଥ୍ୟସେବା: ଖାଲିଥିବା ଡାକ୍ତର ଓ ନର୍ସ ପଦବୀ ପୂରଣ। ରୋଗୀମାନଙ୍କୁ ମାଗଣା ଔଷଧ, ଡାକ୍ତରୀ ପରାମର୍ଶ ଆଦି ସୁବିଧା।
#: ଖାଦ୍ୟ ସୁରକ୍ଷା: ରିହାତି ମୂଲ୍ୟରେ ରାସନ ସାମଗ୍ରୀ ଯୋଗାଇ ଦିଆଯିବ।
#: ପାନୀୟଜଳ: ୨୦୨୪ ସୁଦ୍ଧା ସବୁ ଅଞ୍ଚଳକୁ ପାନୀୟଜଳ ବ୍ୟବସ୍ଥା
#: ବେଳାଭୂମି ବିକାଶ:୪୯୦ କିମି ସମୁଦ୍ରତଟକୁ ବିକାଶ କରିବା ଲାଗି ବ୍ୟାପକ ‘ବେଳାଭୂମି ବିକାଶ ନୀତି ପ୍ରଣୟନ’
#: ଆଧୁନିକ ଶିଳ୍ପ: କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗକୁ ପ୍ରୋତ୍ସାହନ।
#- ରାଜ୍ୟରେ ରହିବା ନାହିଁ ଚୁକ୍ତିଭିତ୍ତିକ ନିଯୁକ୍ତି। ସର୍ବନିମ୍ନ ଦରମା ୯ ହଜାର ଟଙ୍କା
#: ନ୍ୟୁନତମ ଆୟର ଗ୍ୟାରେଣ୍ଟି – ଗରିବଙ୍କୁ ମାସିକ ୬ ହଜାର ଟଙ୍କା ଆୟର ଗ୍ୟାରେଣ୍ଟି
#.ସମସ୍ତଙ୍କୁ ଚାକିରି- ପ୍ରତ୍ୟେକ ପରିବାରକୁ ସରକାରୀ ଅଥବା ବେସରକାରୀ ଚାକିରି। ବେକାରୀମାନଙ୍କୁ ମାସିକ ୩ ହଜାର ଭତ୍ତା
#: ସ୍ଥାୟୀ ହେବ ଚାକିରି – ସ୍ଥାୟୀ ହେବ ଠିକା କର୍ମଚାରୀଙ୍କ ଚାକିରି
#: ଭୁମିହୀନଙ୍କୁ ଭୁମି ଓ ବାସହୀନଙ୍କୁ ଘର- ୫ ବର୍ଷୀୟା ଯୋଜନା ମାଧ୍ୟମରେ ଗ୍ରାମାଞ୍ଚଳ ଓ ସହରାଞ୍ଚଳର ଭୂମିହୀନଙ୍କୁ ମିଳିବ ବାସଗୃହ
#: କୃଷକମାନଙ୍କ ଲାଗି ନୂଆ ଚିନ୍ତା – ୨ ଲକ୍ଷ ପର୍ଯ୍ୟନ୍ତ କୃଷି ଋଣ ଛାଡ଼। ଚାଷୀ ପରିବାରକୁ ବାର୍ଷିକ ୧୦ହଜାର ସହାୟତା। ପେନସନ ବ୍ୟବସ୍ଥା। ଋଣ ପରିଶୋଧ କରିଥିବା ଚାଷୀଙ୍କୁ ଫେରସ୍ତ ହେବ ଟଙ୍କା। ଯୋଗାଇ ଦିଆଯିବ ସୋଲାର ପମ୍ପ। ଛାଡ ହେବ ବିଦ୍ୟୁତ ଶୁଳ୍କ
#: ନାରୀ ସଶକ୍ତିକରଣ: ସଂସଦ ଓ ବିଧାନସଭାରେ ୩୩% ସଂରକ୍ଷଣ ବ୍ୟବସ୍ଥା। ୬୦ ବର୍ଷରୁ ଊର୍ଦ୍ଧ୍ୱ ମହିଳାଙ୍କୁ ମାସିକ ୨ ହଜାର ପେନସନ। ଅଙ୍ଗନଓ୍ବାଡି କର୍ମୀଙ୍କ ଚାକିରି ସ୍ଥାୟୀ ହେବ।
#. ଆଦିବାସୀ କଲ୍ୟାଣ- କେବଳ ଫୌଜଦାରୀ ମାମଲାକୁ ଛାଡ଼ି ଅନ୍ୟ ସମସ୍ତ ଜଙ୍ଗଲ ଜମି ମାମଲାକୁ ପ୍ରତ୍ୟାହାର କରାଯିବ। ଜଙ୍ଗଲ ସମ୍ପଦର ପରିଚାଳନା ଭାର ଗ୍ରାମସଭାକୁ ଦିଆଯିବ।
#: ଦଳିତ ଅଧିକାର:ଭୂମିହୀନଙ୍କ ସମସ୍ୟାକୁ ଯୁଦ୍ଧକାଳୀନ ଭିତ୍ତିରେ ସମାଧାନ। ଉଦ୍ୟୋଗ ପ୍ରତିଷ୍ଠା ଲାଗି ଦଳୀତଙ୍କୁ ସହାୟତା
#: ସାମାଜିକ ନିରାପତ୍ତା-ବାର୍ଦ୍ଧକ୍ୟ ଭତ୍ତା ୧୫ଶହ ଟଙ୍କାକୁ ବୃଦ୍ଧି
#: ନିଶାମୁକ୍ତ ଓଡ଼ିଶା- ଏଥିଲାଗି ବ୍ୟାପକ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି
#:ଶିକ୍ଷାର ପୁର୍ନବିନ୍ୟାସ-ବୃଦ୍ଧି ହେବ ଶିକ୍ଷା ବଜେଟ। ସବୁ ବର୍ଗର ଶିକ୍ଷକଙ୍କୁ କେନ୍ଦ୍ରୀୟ ହାରରେ ମିଳିବ ଦରମା।