ନୟାଗଡ ର୍ନିବାଚନମଣ୍ଡଳୀରୁ ପ୍ରଚାର ମୈଦାନକୁ ଓହ୍ଲାଇଲେ ନବୀନ

Odisha Hot News
1 Min Read

ଭୁବନେଶ୍ୱର: ଆଜିଠାରୁ ଦଳର ପ୍ରଚାର ପାଇଁ ର୍ନିବାଚନୀ ମଇଦାନକୁ ଓହ୍ଲାଇଛନ୍ତି ଖୋଦ୍‌ ଦଳର ମୁଖିଆ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଆଜି ପୁରୀ ଲୋକସଭା ର୍ନିବାଚନ ମଣ୍ଡଳୀ ଅନ୍ତର୍ଗତ ନୟାଗଡ ର୍ନିବାଚନମଣ୍ଡଳୀରୁ ପ୍ରଚାର ଆରମ୍ଭ କରିଛନ୍ତି ନବୀନ। ତେବେ ପ୍ରଚାର ଆରମ୍ଭରୁ କେନ୍ଦ୍ର ଉପରେ ବର୍ଷିଛନ୍ତି ନବୀନ।  କହିଛନ୍ତି ସ୍ୱତନ୍ତ୍ର ରାଜ୍ୟ ପାହ୍ୟାର ପ୍ରତିଶ୍ରୁତି ଦେଇ ସବୁ ଭୁଲିଗଲା ବିଜେପି ସରକାର । ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପାଇଁ ଲଢେଇ ଜାରି ରହିବ ବୋଲି ନବୀନ କହିଛନ୍ତି ।

ନବୀନ କହିଛନ୍ତି, ଓଡିଶାର ହକ୍‌ ପାଇଁ ରାଜ୍ୟ ବିଜେପି କେବେ ହେଲେ ଲଢିନାହିଁ କିମ୍ବା ଆଗକୁ ଲଢିପାରିବ ନାହିଁ। କାହିଁକି ନା ରାଜ୍ୟ ବିଜେପିର ରିମୋଟ୍‌ ରହିଛି କେନ୍ଦ୍ର ପାଖରେ। କିନ୍ତୁ ବିଜେଡିର ହାଇକମାଣ୍ଡ ହେଉଛନ୍ତି ଓଡିଶାବାସୀ। ଏବଂ ବିଜେଡିର ରିମୋଟ୍‌ କଣ୍ଟ୍ରୋଲ ସାଢେ ୪କୋଟି ଓଡ଼ିଆଙ୍କ ପାଖରେ ରହିଛି। ଏହା ସହ ସାରା ଦେଶରେ ବିଜେଡି ହେଉଛି ପ୍ରଥମ ଦଳ, ଯିଏକି ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ଦେବା ପ୍ରସଙ୍ଗକୁ ବାସ୍ତବତାରେ ପରିଣତ କରିଛି।

ନବୀନ ଆହୁରୀ ମଧ୍ୟ କହିଛନ୍ତି, ମହିଳାଙ୍କର ଉନ୍ନତି ହେଲେ, ରାଜ୍ୟ ତଥା ଦେଶର ଉନ୍ନତି ହୋଇପାରିବ। ଏହା ସହ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଓଡିଶାବାସୀ ଉପକୃତ ହେଉଛନ୍ତି ବୋଲି କହିଛନ୍ତି ନବୀନ। ସେହିପରି କାଳିଆ ଯୋଜନା କଥା ଉଠାଇ କେନ୍ଦ୍ରକୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଏଥର ୨୦୧୯ ଲୋକସଭା ନିର୍ବାଚନରେ ବିଜେଡ଼ି ରାଜ୍ୟରେ ‘କ୍ଲିନ୍‌ ସୁଇପ୍‌’ କରିବା ସହ ୨୧ରୁ ୨୧ ଯାକ ଲୋକସଭା ନିର୍ବାଚନ ମଣ୍ଡଳୀରେ ବିଜେଡ଼ିର ଲୋକସଭା ପ୍ରାର୍ଥୀମାନେ ମଧ୍ୟ ବିଜୟ ଲାଭ କରିବେ ବୋଲି ପ୍ରଚାର ମୈଦାନରେ ଘୋଷଣା କରିଛନ୍ତି ବିଜେଡ଼ି ସୁପ୍ରିମୋ ନବୀନ।

Share This Article
Leave a Comment